୨୦ରୁ କଟକ କିଲ୍ଲା ପଡିଆରେ ଆଦିବାସୀ ମେଳା

0 73

କଟକ ୧୪.୦୫: କଟକ କିଲ୍ଲା ପଡିଆରେ ଆସନ୍ତା ୨୦ତାରିଖରୁ ଆରମ୍ଭ ହେଵ ଆଦିବାସୀ ମେଳା । ସା ପରିଚୟ ଫାଉଣ୍ଡେସନ ତରଫରୁ ଏହି ମେଳାର ଆୟୋଜନ କରାଯିଵ। ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଏହି ଆଦିବାସୀ ମେଳଖ ଚାଲିଵ ଵୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନ ସୂଚନା ଦେଇଛି । ଏହି ଆଦିବାସୀ ମେଳାରେ ଆଦିବାସୀ କଳାକୃତି, ହସ୍ତଶିଳ୍ପ ଓ ଖାଦ୍ୟପେୟ କୁ ନେଇ ୧୨୦ ରୁ ୧୪୦ଟି ଷ୍ଟଲ ଖୋଲିଵ । ରାଜ୍ୟର୧୧ଟି ଜିଲ୍ଲା ଓ ଦେଶର ୧୬ଟି ରାଜ୍ୟର ଜନଜାତି ସେମାନଙ୍କର କଳାକୃତି ଓ ହସ୍ତକଳାକୁ ଏହି ମେଳାରେ ଵିକ୍ରି କରିଵେ ଵୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.