ରାମ ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍

0 67

କୋଣାର୍କ, ୧୪.୦୫ : କୋଣାର୍କ ରାମ ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍। ଶୁକ୍ରବାର ବିଳମ୍ବିତ ରାତିରେ କୋଣାର୍କ ମେଡିକାଲ ନିକଟସ୍ଥ କରମଙ୍ଗା ଗ୍ରାମ ରାମ ମନ୍ଦିର ହୁଣ୍ଡିରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏନେଇ କୋଣାର୍କ ଥାନାରେ ଅଭିଯୋଗ ହୋଇଛି। କୋଣାର୍କ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଅପର ପକ୍ଷରେ ମନ୍ଦିରର ହୁଣ୍ଡି ଦୀର୍ଘ ଦିନ ହେଲା ଖୋଲା ଯାଇନାହିଁ। ତେଣୁ ହୁଣ୍ଡି ଭିତରେ କେତେ ଟଙ୍କା ଥିଲା ତାହା ଜଣାପଡ଼ି ନାହିଁ। କିଛି ଦିନ ହେଲା ଗୋପ, କୋଣାର୍କ ଥାନା ଅଞ୍ଚଳରେ ମନ୍ଦିର ଗୁଡ଼ିକରୁ ଲୁଟ୍ ହେଉଛି। କେତେବେଳେ ମନ୍ଦିରରୁ ମୂର୍ତ୍ତି ଚୋରି ହେଉଛି ତ କେତେବେଳେ ଦାନବାକ୍ସ ଚୋରି ହେଉଛି। ତେଣୁ ଅଭିଯୁକ୍ତଙ୍କୁ ତୁରନ୍ତ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.