ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ସିଏଏଫ ଯବାନ ଆହତ

0 80

ମାଲକାନଗିରି ୧୪`.୦୫: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲେଣ୍ଡମାଇନ ବିସ୍ଫୋରଣ । ବିସ୍ଫୋରଣରେ ଦୁଇ ଜଣ ସି.ଏ.ଏଫ ଜବାନ ଆହତ । ଆହତ ଜବାନଙ୍କୁ ବାୟୁ ସେନାର ହେଲିକେପ୍ଟର ଯୋଗେ ଦନ୍ତେୱାଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବିଜାପୁର ଜିଲ୍ଲା ନେଲସାର ଥାନାରେ ନିୟୋଜିତ ଥିବା ସିଏଏଫ ଅଷ୍ଟମ ବାଟାଲିୟନର ଯବାନମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ସୁରକ୍ଷା ଦେବା ଲାଗି ଯାଉଥିବା ସମୟରେ ହଠାତ୍ ଏହି ବିସ୍ଫୋରଣ ହୋଇଛି । ଯବାନଙ୍କୁ ଆସିବା ଦେଖି ନକ୍ସଲ ମାନେ ସେଠାରେ ପୁର୍ବରୁ ଲଗାଇ ଥିବା ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଯୋରଦାର କମିଂ ଅପରେସନ ଆରମ୍ଭ ହୋଇଛି ।

Leave A Reply

Your email address will not be published.