ଯୁବକଙ୍କ ନଦୀରେ ପଡି ମୃତ

0 84

ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଗ୍ରାମସ୍ଥ ପୋଲିସ ଥାନା ପାର୍ଶ୍ବରେ ଥିବା ନଦୀକୁ ବୁଧବାର ରାତ୍ର ପ୍ରାୟ ୧୧ଘଣ୍ଟା ସମୟରେ ସ୍ନାନଶୌଚ କରିବାକୁ ଯାଇ ଯୁବକଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ମୃତ ଯୁବକ ଜଣକଙ୍କ ନାମ ପ୍ରତାପ ନାୟକ(୪୦) ଏବଂ ତାଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ଆଙ୍କୁଲି ଥାନା ଅଞ୍ଚଳ ବୋଲି ଜଣାପଡିଛି ।  ମୃତ ପ୍ରତାପ ଅଡବା ଠାରେ ରହି ଏକ ଜଳଖିଆ ଦୋକାନରେ କାମ କରୁଥିଲେ ବୋଲି ଜଣାପଡିଛି । ସେ କାମ ସାରି ରାତ୍ର ସମୟରେ ନଦୀକୁ ସ୍ନାନ ଶୌଚ ପାଇଁ ଯାଉଛି ବୋଲିକହି ବାହାରିଥିଲେ । ହେଲେ କୌଣସି କାରଣରୁ ନଦୀ ମଧ୍ୟରେ ଥିବା ଏକ ଗର୍ତ୍ତରେ ପଡି ମୃତ୍ୟୁ କରିଥିବାର ଜଣାପଡିଛି । ଘଟଣା ସମ୍ପର୍କେ ଖବର ପାଇ ଅଡବା ଥାନା ପୋଲିସ ପହଞ୍ଚି ମୃତ ପ୍ରତାପଙ୍କ ଶବକୁ ଜବତକରି  ବ୍ୟବଛେଦ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇ ଦିଆଯାଇଛି । ଏନେଇ ଅଡବ ଥାନାରେ୧୨/୨୨ରେ ଏକ ଅପମୃତ୍ୟୁମାମଲା ରୁଜୁ କରାଯାଇ ଅଧିକ ଅନୁସନ୍ଧାନ ଜାରି ରହିଥଇବାର ଅଡବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.