ମଥୁରା ନଗରୀକୁ ରାଜନେତା ମାନଙ୍କୁ କଂସଙ୍କ ଡାକରା
ଚନ୍ଦାହାଣ୍ଡି :ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ମହାକୁମାରେ ଚାଲିଥିବା ମଣ୍ଡଳଭିମା ବାଲିଯାତ୍ରାରେ ଅନୁଷ୍ଠିତ ଧନୁଯାତ୍ରାର ଏକାଦଶ ରଜନୀରେ ଗୋପପୁରକୁ ଅକୃରଙ୍କ ଗମନଅଧ୍ୟାୟ ମଞ୍ଚସ୍ଥ ହୋଇଛି।ମହାରାଜ କଂସକୁ ଚନ୍ଦାହାଣ୍ଡି ଗ୍ରାମବାସୀ ଏକ ସୁସଜ୍ଜିତ ରଥରେ ଗୋପପୁରରୁ ବଜବାଜଣା ଓ ହୁଳହୁଳି ଦେଇ ମଥୁରା ନଗରୀକୁ ପାଛୋଟି ଆଣିଥିଲେ।ମହାରାଜ କଂସ ରଙ୍ଗମଞ୍ଚରେ ଉପସ୍ଥିତ ରହି ରାଜନେତା ମାନଙ୍କୁ ଡାକରା ପଠାଇଥିଲେ।ସେଥି ମଧ୍ୟରୁ ବିଜେଡି ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ପାଢୀ,ଝରୀଗାଁ ବିଜେଡି ବ୍ଲକ ସଭାପତି ପ୍ରିୟ ରଞ୍ଜନ ଦାସ,ପୌର ଉପାଧକ୍ଷ ଉମରକୋଟ ସୁଧାଂଶୁ ଦାସ,ଝରିଗାଁ ବ୍ଲକ ଉପାଧକ୍ଷ ଦୁର୍ଗା ପ୍ରସାଦ ମାଝୀ,କାଉନସିଲର ଉମରକୋଟ ମନୋଜ କୁମାର ନାୟକ,ବିଜେଡି ଛାତ୍ର ସଭାପତି ଉମରକୋଟ ତପନ କୁମାର ମିଶ୍ର ପ୍ରମୁଖ ନିମନ୍ତ୍ରଣ ପାଇ କଂସ ମହାରାଜଙ୍କ ନିକଟରେ ହାଜର ହୋଇଥିଲେ। ନବରଙ୍ଗପୁର ଜିଲ୍ଲା ଓ ଚନ୍ଦାହାଣ୍ଡି ଅଞ୍ଚଳର ଗରିବ ଲୋକଙ୍କୁ ରାଶନ କାର୍ଡ,ପେନସନ,ରାସ୍ତା,ଜମି ମରାମତି,ପାନୀୟ ଜଳ ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ କଂସ ମହାରାଜ ପଚାରି ବୁଝିଥିଲେ।କଂସ ମହାରାଜ ଉପସ୍ଥିତ ସମସ୍ତ ରାଜନେତାଙ୍କୁ ସମର୍ଦ୍ଧିତ କରିବା ସହ ଅଞ୍ଚଳର ଉନ୍ନତି ଦିଗରେ ତଥା ଗରିବଙ୍କ ହିତରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ।ଚନ୍ଦାହାଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ମୁକ୍ତାକାଶ ରଙ୍ଗମଞ୍ଚରେ ଏକ ପୌରାଣିକ ନାଟକର ଆୟୋଜନ କରି ଅଞ୍ଚଳବାସୀଙ୍କୁ ପୁରାଣ ସମ୍ପର୍କରେ ଭାବାଦର୍ଶ କରାଇଥିବାରୁ ଆୟୋଜକଙ୍କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି। ଏହି ଧନୁଯାତ୍ରା ଦଶ ଦିନ ଚାଲିବାକୁ ଥିବା ବେଳେ ,ଧନୁଯାତ୍ରା ଓ ମୀନାବଜାର ଦେଖିବା ନିମନ୍ତେ ଚନ୍ଦାହାଣ୍ଡି ବ୍ଲକ ସମେତ ସୀମାନ୍ତ ଛତିଶଗତ ଏବଂ ପଡୋଶୀ କଳାହାଣ୍ଡି,ନୂଆପଡା ଜିଲ୍ଲାର ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଧନୁଯାତ୍ରାକୁ ମନଭରି ଉପଭୋଗ କରିଥିଲେ । ବରଗଡ଼ ଜିଲ୍ଲାର ବରିଷ୍ଠ ନାଟ୍ୟ ଓ ଫିଲ୍ମ କଳାକାର ସୁଶୀଲ ମେହେର କଂସ ଭୂମିକାରେ ଅଭିନୟକରୁଥିବା ବେଳେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ବେଶୀ ଜମୁଛି। ଏହି କାର୍ଯ୍ୟକ୍ରମକୁ ଜନସାଧାରଣ ରେ ଢେର୍ ପ୍ରଶଂସା ମିଳୁଥିବା ଜଣା ପଡ଼ିଛି lଏହି କାର୍ଯ୍ୟକ୍ରମକୁ ଧନୁଯାତ୍ରା କମିଟି ସଭାପତି ଦୁର୍ଯୋଧନ ପୂଜାରୀ,ସମ୍ପାଦକ କମଲ ପୂଜାରୀ,ରତ୍ନାକର ପୂଜାରୀ (ସୁଶୀଲ),ହିରଣ୍ୟ ମର୍କାମ,ଗୋବିନ୍ଦ ପୂଜାରୀ,କୃଷ୍ଣ ପୂଜାରୀ,କୈଳାଶ ବେହେରା,ଲଳିତ ପାଣ୍ଡେ,ଜଗଦୀଶ ରାଉତ,କୁନୁ ଦଣ୍ଡସେନା,ମୁରଲୀ ମୋହନ ରାଓ, କବେନ୍ଦ୍ର ଜଗତ,ବବି ବିଶୋଇ,ଗୌତମ ଜୈନ,ଉମେଶ ସୁନା,ମୁରଲୀ ସାଗର, ବାସୁଦେବ ସୁନା,ମନୋଜ ମାଝୀ, ଆକାଶ ମାଝୀ,ସୁରୁ ମାଳି,କ୍ରିଷ୍ଣା ପ୍ରମୁଖ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏମ. ବିଘ୍ନେଶ୍ୱର ଆଚାରୀ ମଞ୍ଚ ପରିଚାଳନା କରିଥିଲେ।