ପଶ୍ଚିମ ଓଡିଶା ବିଦ୍ୟୁତ ଉପଭୋକ୍ତ କମିଟି ପକ୍ଷରୁ କଣ୍ଟାବାଞ୍ଜି ବିଦ୍ୟୁତ ଏସଡିଓ ଅଫିସ ଘେରାଓ

0 64

କଂଟାବାଞ୍ଜି ୨୦/୦୫ : ପଶ୍ଚିମ ଓଡିଶା ବିଦ୍ୟୁତ ଉପଭୋକ୍ତା ବଲାଙ୍ଗିର କମିଟି ସାଧାରଣ ସଂପାଦକ ଗୋପାଲ ଭୋଇଙ୍କ ନେତୃତ୍ୟରେ କଂଟାବାଞ୍ଜି ବିଦ୍ୟୂତ ଏସଡିଓ ଅଫିସ ଘେରାଓ କରାଯାଇଥିଲା । ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲଟେଜ ସମସ୍ୟା, ବିଦ୍ୟୁତ ଠିକା ଶ୍ରମିକ ମାନଙ୍କୁ ଠିକ ସମୟରେ ଦରମା, ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ମନମୁଖୀ ବିଲ ଆଦାୟ ଭଲି ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଏହି ଘେରାଓ କରାଯାଇଥିଲା  ପଶ୍ଚିମ ଓଡିଶା ବିଦ୍ୟୁତ ଉପଭୋକ୍ତା ବଲାଙ୍ଗିର କମିଟିଙ୍କ ଏହି ଆନ୍ଦୋଳନରେ ଡାକରାରେ ସିପିଆଇ, ଶ୍ରମିକ ସଂଗଠନ ସହ ବିଭିନ୍ନ ସଂଗଠନ ନିଜର ସମର୍ଥନ ଜଣାଇ ସ୍ଥାନିୟ ଗୋରୁ ବାଜାର ରୁ ଏକ ମୋଟର ସାଇକେଲ ରେଲିରେ ବିଦ୍ୟୁତ ଏସଡିଓ ଅଫିସ ପହଂଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ  କରିବା ସହ ଏକ ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏସଡିଓ ଅବନିକାନ୍ତ ମହାରଣାକୁ ଦିଆଯାଇଥିଲା । ଆଗକୁ ଯଦି ବିଦ୍ୟୁତ ବିଭାଗ ଠିକା ଶ୍ରମିକ ଜୁଲୁମ ଏବଂ ବିଦ୍ୟୂତ ଉପଭୋକ୍ତା ମାନଙ୍କ ସହ ମନମୁଖୂ ବିଲ ଆଦାୟ କରେ ଦେବେ ନିଶ୍ଚିତ ଭାବେ ଏକ ବଡଧରଣର ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାରି ଧମକ ଦେଇଥିଲେ । ତେବେ ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶା ବିଦ୍ୟୁତ ଉପଭୋକ୍ତା ସଂଘର ସାଧାରଣ ସଂପାଦକ ଏନ. ଗୋପାଲ , ଯୁଧିଷ୍ଟିର ପ୍ରଧାନି, ବଂଶୀଧର ପ୍ରଧାନି, ଟୁଲୁ ବାବା, ଧନେଶ୍ୱର ବନଛୋର, ପରମେଶ୍ୱର ନାଏକ, ବିଶ୍ୱନାଥ କଟା, ଇଶ୍ୱର ସୁନା, କମଳ ଭୋଇ ସହ ଅନ୍ୟ ଆନ୍ଦୋଳନକାରି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.