ବଲାଙ୍ଗିର ରେ ଆଜି ଆରମ୍ଭ ହେଲା ଧାନ କିଣା ବଲାଙ୍ଗିର ଜିଲ୍ଲାପାଳ ମଲମୁଣ୍ଡା ପେକ୍ସ ରେ ଏହା ଉଦଘାଟନ କଲେ

0 159

ବଲାଙ୍ଗିର ୨୪ ମଇ ( ହି.ସ.)ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ବଲାଙ୍ଗିର ରେ ଧାନ କିଣା ଆରମ୍ଭ ହୋଇଛି l ଆଜି ବଲାଙ୍ଗିରରେ ରବି ରୁତୁ ପାଇଁ ଧାନ କିଣା ଆରମ୍ଭ ହୋଇ ଥିବା ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି l ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ମଲମୁଣ୍ଡା ପେକ୍ସ ଠାରେ ଏହି ଧନ କିଣାର ଶୁଭାରମ୍ଭ ହୋଇଛି l ଏହାକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ଶୁଭାରମ୍ଭ କରିବା ସହ ଚଳିତ ରବି ରୁତୁ ରେ ଆରମ୍ଭ ହୋଇଥିବା ଧାନ କିଣା ପ୍ରକ୍ରିୟାରେ ସ୍ଵଚ୍ଛତା ଅବଲମ୍ବନ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି l ଆଜି ଏହି ଅବସରରେ ମଲମୁଣ୍ଡା ପେକ୍ସ ଠାରେ ଆଜି ଆଖପାଖ ଅଞ୍ଚଳର ଚାଷୀ ମାନେ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଲମ୍ବୋଧର ଧାରୁଆ, ଚିଫ ସି ଏସ୍ ଓ ମୀର ରାଜ ଅଲ୍ଲୀ ଓ ପେକ୍ସ ସମ୍ପାଦକ ଅମିତ କୁମାର ପଟେଲ, ମିଲ଼ରସ ସଂଘ ର ସଭାପତି ସୌମେନ୍ଦ୍ର ରଥ,(ଅର୍ଣ୍ଣପୂର୍ଣ୍ଣl ରାଇସ୍ ମିଲ), ମହିମା ରାଇସ ମିଲ୍ ର ମାଲିକ ମୁକେଶ ଅଗ୍ରୱାଲଙ୍କ ସମେତ ବଲାଙ୍ଗିର ଜିଲ୍ଲାର ସମସ୍ତ ଏ ଆର୍ ସି ଏସ୍ ଓ ସି ଆର ସି ଏସ୍ ଏସ୍ ଉପସ୍ଥିତ ଥିଲେ l ଆଜି ଏହି ଧାନ କିଣା ଶୁଭାରମ୍ଭ ବେଳେ ମଲମୁଣ୍ଡାର ଚାଷୀ ଅନନ୍ତ ପଟେଲ ମଲମୁଣ୍ଡା ପେକ୍ସ ସମ୍ପାଦକଙ୍କ ନାମରେ ଅଭିଯୋଗ ଆଣିଥିବା ବେଳେ ଜିଲ୍ଲାପାଳ ଏହା ଉପରେ ତଦନ୍ତ କରି ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ l ଚାଷୀ ଅନନ୍ତଙ୍କ ଅଭିଯୋଗ ହେଲା ଯେ ଦୀର୍ଘ ବର୍ଷ ହେଲା ତାଙ୍କ ନାମରେ ଚାଷୀ କାର୍ଡ ନାହିଁ l

Leave A Reply

Your email address will not be published.