ଆଜି ମଧ୍ୟ ମୌଳିକ ସୁବିଧା ରୁ ବଞ୍ଚିତ ନିଲ୍ଡିକ୍ଲିଆ ଗ୍ରାମ ବାସୀ

0 66

ଗଜପତି: ଗଜପତି ଜିଲ୍ଲାରେ ସରକାର ଗାଁ ଗାଁକୁ ବିକାସ କରିବା ଲକ୍ଷ୍ୟରେ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରୁଛନ୍ତି କିନ୍ତୁ ଆଜି ଭି ଅନେକ ଗ୍ରାମକୁ ବିକାଶ ଅପହଞ୍ଚ ହୋଈ ରହିଛି। ଏଭଳି ଏକ ଗ୍ରାମ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡମ୍ବଗୁଡା ଗ୍ରାମ ପଞ୍ଚାୟତର ନିଲ୍ଡିକ୍ଳିଆ ଗ୍ରାମ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଯାହା ଫଳରେ ଯୋଜନା ଯୋଜନାରେ ହିଁ ରହିଯାଉଛି। ଗ୍ରାମବାସୀ ରାସ୍ତା, ପାନୀୟ ଜଳ, ବିଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସମସ୍ୟା ଲାଗି ରହିଥିବାରୁ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଛନ୍ତି କିନ୍ତୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଦେଶ ଡିଜିଟାଲ ଇଣ୍ଡିଆ ହୋଇଗଲାଣି କିନ୍ତୁ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଜୁଳିର ଆଲୋକ ଦେଖିବା ସ୍ବପ୍ନ ପାଲଟିଛି ଗ୍ରାମବାସୀଙ୍କ ପାଇଁ । ପିଇବାପାଣି ପାଇଁ ଗୋଟିଏ କୂଅ ଉପରେ ନିର୍ଭର କରନ୍ତି ଗ୍ରାମବାସୀ ତାହାପୁଣି କାଦୁଅପଙ୍କ ପାଣି, ପାଣିଛଣା ମାଧ୍ୟମରେ ଛାଣି ନିଅନ୍ତି ପାଣି । ସ୍କୁଲ ଯିବା ପାଇଁ ପିଲାଙ୍କୁ ପାହାଡିଆ ଓ ଜଙ୍ଗଲ ରାସ୍ତା ଦେଇ ପାଖା ପାଖି ୪ ରୁ ୫ କିଲୋମିଟୋର ଚାଲିବାକୁ ପଡେ । ଅନେକ ଛାତ୍ରଛାତ୍ରୀ ଏହି ଅସୁବିଧା ଯୋଗୁଁ ପାଠ ପଢା ଅଧାରେ ରଖିଛନ୍ତି । ପଥୁରିଆ ରାସ୍ତା ଯୋଗୁଁ ବୁଢା ବୁଢୀ ମାନେ ବାର୍ଦ୍ଧକ୍ୟ ଭତା ପାଈଁ ଅନେକ କଷ୍ଟ କରି ପଞ୍ଚାୟତରେ ପହଞ୍ଚୁଥିବା କୁହନ୍ତି ଗ୍ରାମବାସୀ। ଆଶ୍ଚର୍ଯ୍ୟ କଥା ହେଲା ଉଜ୍ଵଳା ଯୋଜନା ପାଇବାଦିନଠାରୁ ଆଉ ଦ୍ଵିତୀୟ ଥର ଗ୍ୟାସ ଭରିନାହାନ୍ତି ଗ୍ରାମବାସୀ । ସରକାରଙ୍କୁ ବାରମ୍ବାର ଅଭିଯୋଗ ପରେ ୨୦୧୬ ବିଦ୍ୟୁତ ସଂଯୋଗ ନିମନ୍ତେ ଆଦେଶ ଆସିଥିଲା । କିନ୍ତୁ ତାହାବି ଆଜିପର୍ଯ୍ୟନ୍ତ ହୋଇପାରୁନି । ଅଙ୍ଗନବାଡି ଘର ଲାଗି ଟଙ୍କା ମଧ୍ୟ ଆସିଛି ହେଲେ ରାସ୍ତା ଅଭାବରୁ କୌଣସି ଜିନିଷ ପତ୍ର ଆଣିପାରୁନାହାନ୍ତି ଯାହା ଫଳରେ କାମ ଆରମ୍ଭ ହୋଇପାରୁନି । ପ୍ରଧାନ ମନ୍ତ୍ରୀ ଯୋଜନା ଆବାସ ଘର କରିବାକୁ ଲୋକଙ୍କୁ ଅନେକ କଷ୍ଟ କରିବାକୁ ପଡୁଥିବାରୁ ସେଟା ବି ଅଧୁରାରେ ରଖିଛନ୍ତି ଲୋକେ । ଏବେ ସରକାରଙ୍କ ଉପରୁ ଭରୋଷା ତୁଟାଇ ଭଗବାନଙ୍କ ଉପରେ ସବୁ କିଛି ଛାଡିଛନ୍ତି ଗ୍ରାମବାସୀ।

Leave A Reply

Your email address will not be published.