ରାଜଧାନୀରେ ଭାରୀ ମୋଟରଯାନ ଚଲାଇବେ ମହିଳା ଓ କିନ୍ନର

0 67

ଭୁବନେଶ୍ୱର ୨୭.୦୫: ରାଜଧାନୀରେ ଏଣିକି ଭାରୀ ମୋଟରଯାନ ଚଲାଇବେ ମହିଳା ଓ କିନ୍ନର । ଏନେଇ କ୍ରୁଟ୍ ପକ୍ଷରୁ ଦିଆଯିବ ତାଲିମ । କ୍ରୁଟ୍ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହିଳା ଓ କିନ୍ନରଙ୍କୁ ଭାରି ଯାନ ଚଲାଇବା ନେଇ ତାଲିମ ଦିଆଯିବ । ଆଉ ଏହି ସୁଯୋଗ ଦେବ କ୍ରୁଟ୍ । ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ । ଭାରିଯାନ ଡ୍ରାଇଭିଂ ଟ୍ରେନିଂ ପାଇଁ ୧ ଏପ୍ରିଲ ୨୦୨୧ ପୂର୍ବରୁ ବର୍ଷେ ବୈଧତା ଏଲଏମଭି ଲାଇସେନ୍ସ ଥିବା ଆବଶ୍ୟକ । ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ କିମ୍ବା ତାଠାରୁ ଅଧିକ ହେବ । ସେହପରି ବୟସ ୨୦ରୁ ୪୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

Leave A Reply

Your email address will not be published.