ଚିଲିକାରେ ବୁଲିବ ଗରୁଡ଼,ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

0 75

ଟାଙ୍ଗୀ ୨୭.୦୫: ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ବୁଲିବ ଗରୁଡ଼ । ଓଡିଶାରେ ପ୍ରଥମ ଥର ପାଇଁ ଚିଲିକାରେ ଆରମ୍ଭ ହୋଇଛି ଏହି ଅତ୍ୟାଧୁନିକ ପ୍ରଣାଳୀ ରେ ନିର୍ମିତ ହୋଇଛି ହାଉସ୍ ବୋଟ୍ , ଯାହାର ନାଁ ରହିଛି ଗରୁଡ଼ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଏହାର ଶୁଭାରମ୍ଭ । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ର ଅନୁମୋଦନ ପରେ ବିକାଶ ଇକୋ ରିସର୍ଟ ପକ୍ଷରୁ ନିର୍ମିତ ହୋଇଛି ଏହି ହାଉସ୍ ବୋଟ୍ ତଥା “ଗରୁଡ” । ଏଥିରେ ଲୋକମାନେ ତଥା ପର୍ଯ୍ୟଟକ ଚିଲିକା ପରିଭ୍ରମଣ କରିବେ । ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବେ । ଏହାସହ ବାର୍ଥ-ଡେ’ ପାର୍ଟି , ରିଙ୍ଗ୍-ସେରିମନି , ବିବାହ ବାର୍ଷିକୀ ପାଳନ , ରାତ୍ରୀ ଯାପନ ବ୍ୟବସ୍ଥା ଇତ୍ୟାଦିର ମଜ୍ଜା ନେଇପାରିବେ । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମୂଲ୍ୟ ଧାର୍ଯ୍ୟ କରାଯିବ । ଯେହେତୁ ଏହି ଗରୁଡର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ତେଣୁ ଗରୁଡ ସମ୍ପର୍କରେ ସବିଶେଷ ତଥ୍ୟ ମିଳିବା ସମ୍ଭବ ହେଉନାହିଁ ।

Leave A Reply

Your email address will not be published.