ମଙ୍କିପକ୍ସର ଯାଞ୍ଚ ପାଇଁ ଲଞ୍ଚ୍ ହେଲା ନୂଆ RT-PCR କିଟ୍

0 72

ନୂଆଦିଲ୍ଲୀ ୨୮।୫: ସାରା ବିଶ୍ବରେ ଦ୍ରୁତ ଗତିରେ ବ୍ୟାପୁଥିବା ମଙ୍କିପକ୍ସ ରୋଗ ସାଦାରଣ ଲୋକ ଏବଂ ସରକାରଙ୍କ ଚିନ୍ତା ବଢାଇଦେଇଛି । ଭାରତରେ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ମାମଲା ସାମ୍ନାକୁ ଆସିନାହିଁ । ମାତ୍ର ସରକାର ଏଥିରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏ ଭିତରେ ଭାରତର ଏକ ପ୍ରମୁଖ କମ୍ପାନୀ ଏହି ରୋଗର ଯାଞ୍ଚ ପାଇଁ ନୂଆ RT-PCR କିଟ୍ ଲଞ୍ଚ କରିଛି । ଶୁକ୍ରବାର ଦିନ ଔଷଧ ଉପକରଣ ପ୍ରସ୍ତୁତ କରୁଥିବା ଏହି କମ୍ପାନୀ ମଙ୍କିପକ୍ସର ରିୟଲ ଟାଇମ୍ ରିପୋର୍ଟ ଦେଉଥିବା RT-PCR କିଟ୍ ପ୍ରସ୍ତୁତ କରିଥିବା ଘୋଷଣା କରିଛି । ଏହି କିଟ୍ ମାଧ୍ୟମରେ ଜଣାପଡିବ ଯେ ରୋଗୀଠାରେ ମଙ୍କିପକ୍ସର ଲକ୍ଷଣ ଅଛି କି ନାହିଁ । ରିପୋର୍ଟ ଅନୁସାରେ ଟ୍ରିଭିଟ୍ରୋନ୍ ହେଲ୍ଥକେୟାରର ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ ଟିମ୍ ଏହି RT-PCR କିଟ୍ ପ୍ରସ୍ତୁତ କରିଛି । ଏହି କିଟ୍ ୪ଟି ରଙ୍ଗରେ ପ୍ରସ୍ତୁତ କରାଯାଇଛି । ସବୁ ରଙ୍ଗରେ ଏକ ସ୍ବତନ୍ତ୍ର ଫ୍ଲେଭର ବ୍ୟବହାର କରାଯାଇଛି । କମ୍ପାନୀ ଅନୁସାରେ ସିଙ୍ଗଲ ଟ୍ୟୁବ୍‌ରେ ସ୍ବାବ୍ ଟେଷ୍ଟ ମାଧ୍ୟମରେ ଏହି ପରୀକ୍ଷା କରାଯିବ । ଏଥିରେ ଚିକେନପକ୍ସ ଏବଂ ମଙ୍କିପକ୍ସ ସମ୍ପର୍କରେ ସହଜରେ ପତ୍ତା ଲଗାଯାଇପାରିବ । ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ କେବଳ ଏକ ଘଣ୍ଟା ସମୟ ଲାଗିବ ।

Leave A Reply

Your email address will not be published.