ବହୁପରିମାଣର କାଠ ଜବତ; ଜଣେ ଅଟକ

0 73

କାଶୀପୁର ୨୮/୫(ଡିକେନ୍ୟୁଜ) ପ୍ରଥମ ଥର ପାଇଁ ଟିକିରି ରେଞ୍ଜ ଅଧିନରେ ବନ ବିଭାଗର ପକ୍ଷରୁ ହେଇଥିବା ଏକ ଚଢ଼ାଉ ରେ ବହୁଦିନ ଧରି ଚାଲିଆସୁଥିବା ଚୋରା କାଠ ଚାଲାଣ ରାକେଟ କୁ ଠାବ କରିବା ସହ ବହୁପରିମାଣ ର କାଠ ଓ କାଠ ସାମଗ୍ରୀ କୁ ଜବତ କରିଛି । ଚଢ଼ାଉ ସମୟରେ ପ୍ରାୟ ୯୫୬୬ ସ୍କୁଏର ଫୁଟ ର ବହୁମୂଲ୍ୟ ଗଛର ପଟା ଓ ସାଇଜ କାଠ ଜବତ ହେଇଥିବାବେଳେ ଏହାର ଆନୁମାନିକ ବଜାର ର ମୂଲ୍ୟ ପ୍ରାୟ ୯୫ ହଜାର ରୁ ଉର୍ଦ୍ୱ ହେବ ବୋଲି ଜଣାପଡିଛି । ଚୋରା କାଠ ଚାଲାଣ ଖବର ପାଇ ଶୁକ୍ରବାର ଅପରାହ୍ନରେ ପ୍ରାୟ ୪ ସମୟରେ ଟିକିରି ବନ ବିଭାଗ ରେଞ୍ଜେର ଅଧିକାରୀ ଦିବ୍ୟା ମାଧୁରୀ ନିଜର ଟିମ ସମେତ କିଛି ପୋଲିସ ର ସହାୟତା ନେଇ ଟିକିରି ଥାନା ଅନ୍ତର୍ଗତ ଏସିଏନ ଟେକ ନାମକ ଏକ ଇଟା କାରଖାନା ପରିସର ମଧ୍ୟରେ ଚଢ଼ାଉ ଆରମ୍ଭ କରିଥିଲେ । ପରିସର ମଧ୍ୟରେ ଥିବା ଦୁଇଟି କୋଠାରୁ ବହୁପରିମାଣ ର ପଟା ଓ ସାଇଜ ସହ ଅର୍ଦ୍ଧ ନିର୍ମିତ କାଠ ସାମଗ୍ରୀ ଜବତ କରାଯାଇଥିଲା । ଚଢ଼ାଉ ସମୟରେ କୌଶଳ କ୍ରମେ ମାଲିକ ସହ କାରିଗର ଫେରାର ହେଇଯାଇଥିବା ବେଳେ କାର୍ଯ୍ୟରତ ସୁପର ଭାଇଜର ଜଣଙ୍କୁ ବନ ବିଭାଗ ପକ୍ଷରୁ ଅଟକ ରଖାଯାଇଛି । ଆଜି ସମ୍ପୃକ୍ତ ମାଲିକ କୁ ବନ ବିଭାଗ ପକ୍ଷରୁ ସମନ ଜାରିକରାଯାଇଥିବା ବେଳେ ସେ ତାଙ୍କ ଘର ତାଲା ଦେଇ ଅନ୍ୟତ୍ର ଫେରାର ଥିବା ରେଞ୍ଜ ଅଧିକାରୀ ପ୍ରକାଶ କରିଛନ୍ତି । ଆଗକୁ ବିଭାଗୀୟ ସମନ କୁ ଅଣଦେଖା କରିଲେ ପୋଲିସ ର ସହାୟତା ନେଇ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଟିକିରି ରେଞ୍ଜ ଅଧିକାରୀ ଦିବ୍ୟା ମାଧୁରୀ ପ୍ରକାଶ କରିଛନ୍ତି । ଉକ୍ତ ଚଢ଼ାଉ ସମୟ ରେ ବନ ବିଭାଗ ପକ୍ଷରୁ ଅନ୍ୟ ମାନଙ୍କ ମଧ୍ୟରୁ ଟିକିରି ଫରେଷ୍ଟେର ଜିତେନ୍ଦ୍ର କୁମାର ମଲ୍ଲ, ସଙ୍କରଡ଼ା ମୀନକେତନ କୁମାର,ଗାର୍ଡ ଲଳିତା ବିଡିକା,ପଦନା ନାଗ, ମେନକା ନାଏକ,ଜଗତ ମୋହନ ସାହୁ,ଖଗେଶ୍ୱର ମାଝି, ନିରଞ୍ଜନ ସାରକା ସହ ଟିକିରି ଥାନା ର ଏ ଏସ ଆଇ ସଂନ୍ତୋଷ ଶିରକା ପ୍ରମୁଖ ଉପସ୍ଥିତ ଥିଲେ ।

Attachments area

Leave A Reply

Your email address will not be published.