ଅବ୍ୟବସ୍ଥା ଘେରରେ କଣ୍ଟାବାଞ୍ଜି ମୁଖ୍ୟ ଡାକ୍ତରଖାନା; ୨ ବର୍ଷ ହେଲା କାମ ଦେଉଁନି ଏକ୍ସରେ ମେସିନ, ରୋଗୀ ହନ୍ତସନ୍ତ

0 65

କଂଟାବାଞ୍ଜି, ୨୮/୦୫, ଡିକେ ନ୍ୟୁଜ୍ : ରାଜ୍ୟ ସରକାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପାଣି ଭଲି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଂକା । ହେଲେ ପ୍ରଶାସନିକ ଉଦାସିନତା ଯୋଗୁ ଏହି ଟଂକା ଲୋକଙ୍କ କାମରେ ଆସୁନାହିଁ । କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ତ୍ତମାନ ଅବ୍ୟବସ୍ଥା ଦେଇ ଗତି କରୁଛି, କର୍ମଚାରୀ ଅଭାବ ପ୍ରମୁଖ ସମସ୍ୟା ରହିଥିବା ବେଳେ ନିଯୁକ୍ତି ପାଇଥିବା ଡାକ୍ତର ମାନଙ୍କ ଘରୋଇ କ୍ଲିନିକ ପ୍ରୀତି ଯୋଗୁଁ ଜନସାଧାରଣ ହଇରାଣ ହେଉଛନ୍ତି । ଦିର୍ଘ ୨ ବର୍ଷରୁ ଅଧିକ ହେବ ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଡାକ୍ତରଖାନାରେ ଏକ୍ସରେ ମେସିନ କାମ ଦେଉନାହିଁ । ଫଳରେ ଏଠାକୁ ଆସୁଥିବା ରୋଗୀ ବାଧ୍ୟ ହୋଇ ଘରୋଇ କ୍ଲିନିକରେ ଏକ୍ସରେ କରି ଖର୍ଚ୍ଚାନ୍ତ ହେଉଛନ୍ତି । ଉଚ୍ଚ କତ୍ତୃପକ୍ଷ ନିକଟରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୋଣସି ପଦକ୍ଷେପ ନେଉ ନାହାନ୍ତି । କଂଟାବାଞ୍ଜି ଡାକ୍ତରଖାନାକୁ କେବଳ ଯେ କଂଟାବାଞ୍ଜି ସହର ଲୋକ ନିର୍ଭର କରୁଛନ୍ତି ତାହା ନୁହେଁ ଏହି ଡାକ୍ତରଖାନାକୁ ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା, ଲାଠୋର ସହ ଆଖା ପାଖ ଅଂଚଳର ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି । ଦିର୍ଘ ୨ରୁ ଅଧିକ ବର୍ଷ ଏକ୍ସରେ ମେସିନ ବନ୍ଦ ପଡିଥିବା ବେଳେ କେମିତି ଏକ୍ସରେ ମେସିନ ଠିକ ହେବ ସେନେଇ ନା କାର୍ଯ୍ୟରତ ମେଡିକାଲ ଅଫିସର ଧ୍ୟାନ ଦେଉଛନ୍ତି ନା ଜନପ୍ରତିନିଧି । ଅନେକାଂଶ ରେ ଅଭିଯୋଗ ଆସୁଛି ଯେ ଅନେକ ଘରୋଇ କ୍ଲିନିକ୍ ର ଚାପରେ ଏକ୍ସରେ ମେସିନ ଠିକ୍ କରାଯାଉନାହିଁ । ଅନ୍ୟପକ୍ଷରେ କଣ୍ଟାବାଞ୍ଜି ଡାକ୍ତରଖାନା ରେ ମା ଏବଂ ଶିଶୁ ଗୃହ କେନ୍ଦ୍ର ଆରମ୍ଭ ହେଲାଣି ହେଲେ ଏଠି ମଧ୍ୟ କର୍ମଚାରୀଙ୍କ ଘୋର ଅଭାବ ରହିଛି । ଡାକ୍ତରଖାନା ସମସ୍ୟା ସଂପୁର୍ଣ୍ଣ ଭାବେ ଦୁର କରିବାକୁ ସତେ ଯେମିତି କାହାର ଆଗ୍ରହ ନାହିଁ । ଡାକ୍ତରଖାନାରେ ରୋଗୀ ମାନଙ୍କ ପାଇଁ ପିଇବା ପାଣିର ସୁବିଧା ମଧ୍ୟ ନାହିଁ । ଅନେକ ସମୟରେ ପାନିୟ ସମସ୍ୟା ମଧ୍ୟ ଦେଖିବାକୁ ମିଲିଥାଏ । କଣ୍ଟାବାଞ୍ଜି ଡାକ୍ତରଖାନା ର ଅବ୍ୟବସ୍ଥା ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଉପରୋକ୍ତ ସମସ୍ୟାକୁ ଶୀଘ୍ର ଦୂର କରିବା ପାଇଁ ସାଧାରଣ ରେ ଦାବି ହେଉଛି।

Leave A Reply

Your email address will not be published.