ନକଲି ସସ୍‌ ଗୋଦାମ ଠାବ

0 75

କଟକ ୨୮।୦୫ : କଟକରେ ପୁଣି ନକଲି ସସ୍‌ ଗୋଦାମ ଠାବ । ମାଲଗୋଦାମରେ ଥିବା ଏକ ନକଲି ସସ୍‌ ଗୋଦାମ ଉପରେ ଆଜି ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ନକଲି ସସ୍‌ ସହ ଚାଓମିନ୍‌ ଜବତ ହୋଇଛି ।
ଖବର ଅନୁଯାୟୀ, ମାଲଗୋଦାମରେ ଏକ ନକଲି ସସ୍‌ ଗୋଦାମ ଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ ଶନିବାର ଦିନ ମାଲଗୋଦାମ ପୋଲିସ ଉକ୍ତ ନକଲି ସସ୍‌ କାରଖାନାରେ ଚଢାଉ କରିଥିଲା । ଏହି ଚଢାଉର ବିପୁଳ ପରିମାଣର ସସ୍‌ ସହ ଚାଓମିନ୍‌ ଜବତ କରିଛି ପୋଲିସ । ଏହିସହିତ ଜଣଙ୍କୁ ଅଟକ ରଖିଛି ପୋଲିସ। ସେହିପରି ଏଥିସହ ବାରଙ୍ଗ ଠାରେ ଥିବା ଏହି ନକଲି ସସ କାରଖାନାକୁ ଆଉ କିଛି ସମୟ ମଧ୍ୟରେ ଚଢ଼ାଉ କରିବ କଟକ ମାଲଗୋଦାମ ପୋଲିସ

Leave A Reply

Your email address will not be published.