ହାତୀ ମୃତ୍ୟୁ ଘଟଣା, ୩ କୋର୍ଟ ଚାଲାଣ

0 60

ବୌଦ୍ଧ – ବୌଦ୍ଧ ରେଞ୍ଜ ବଘିଆପଡା ସେକ୍ସନରେ ଦୁଇ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବୌଦ୍ଧ ବନବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ବିରିଗଡ ଗ୍ରାମର ବୀଘ୍ନେ ପ୍ରଧାନ, ତରଣୀ ସେନ୍ ପ୍ରଧାନ ଓ ତୁତୁମସିଂ ଗ୍ରାମର କର୍ଣ୍ଣ ପ୍ରଧାନ । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ବୌଦ୍ଧ ବନଖଣ୍ଡ ବଘିଆପଡା ସେକ୍ସନ ଭୁର୍କୀପଡା ଜଙ୍ଗଲରେ ଏକ ଦନ୍ତା ହାତୀର ଗଳିତ ଶବ ଓ ଗୁରୁବାର ଦିନ ବାଙ୍କମୁଣ୍ଡି ଜଙ୍ଗଲରେ ଆଉଏକ ହାତୀର ଗଳିତ ଶବ ଠାବ କରିଥିଲା ବନବିଭାଗ । ଏହାପରେ ବନବିଭାଗ ପକ୍ଷରୁ ସ୍ଥାନୀୟ ବିରିଗଡ଼ ଗ୍ରାମର ୩ ଜଣଙ୍କୁ ଅଟକ ରଖି ପଚରା ଉଚାର କରୁଥିବା ବେଳେ ଗତକାଲି ବିରିଗଡ଼ ଗ୍ରାମବସୀଙ୍କ ପକ୍ଷରୁ ବନବିଭାଗ କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ସହିତ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଘଟଣାକୁ ଆଖି ଆଗରେ ରଖି ବନବିଭାଗ ଆଜି ସକାଳୁ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.