ମଙ୍କି ପକ୍ସକୁ ନେଇ ରାଜ୍ୟ ସରକାରଙ୍କ ତପ୍ତରତା: ବିଦେଶ ଫେରନ୍ତାଙ୍କ ଉପରେ ନଜର

0 74

ଭୁବନେଶ୍ୱର ୩୧.୦୫: ମଙ୍କି ପକ୍ସକୁ ନେଇ ଏବେ ଚିନ୍ତାରେ ସାରା ବିଶ୍ୱ । ଏହାରି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଖାଦେଇଛି ତପ୍ତରତା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯଇଛି ଯେ ଯେଉଁମାନେ ବାହାରୁ ଓଡିଶାକୁ ଆସୁଛନ୍ତି ସେମାନଂକ ଉପରେ ନଜର ରଖିବାକୁ ପଡିବ । ଶେଷ ୨୧ ଦିନ ଭିତରେ ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ଉପରେ ବିଶେଷ ନଜର ରଖାଯାଉଛି । ବିଶେଷ କରି ଆଫ୍ରିକା ଦେଶମନଙ୍କରୁ ଯେଉଁମାନେ ଫେରୁଛନ୍ତି ସେମାନଙ୍କ ଉପରେ ରହିଛି ନଜର । ଏନେଇ ଆସନ୍ତା ୨ ତାରିଖରେ ସମସ୍ତ cdmo , ବିଭିନ୍ନ ହସ୍ପିଟାଲର ନିର୍ଦେଶକଙ୍କ ସହ ସହ ବିଭିନ୍ନ ଡାକ୍ତରଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ବୈଠକରେ ମଙ୍କି ଫକ୍ସ ଭାଇରସ ନେଇ ବ୍ୟାପକ ଆଲୋଚନା ହେବ । ମଙ୍କି ପକ୍ସ ୩୦ ଟି ଦେଶରେ ବ୍ୟାପିଲାଣି । ବିଶ୍ୱସ୍ୱାସ୍ଥ ସଂଗଠନ ଚେତାବନୀ ଦେଇଛି, ଏହା ଆମ ଦେଶରେ ମଧ୍ୟ ବ୍ୟାପିଯାଇ ପରେ । ଦରକାର ପଡିଲେ ଗୋଷ୍ଠୀ ସଂକ୍ରମଣ ହୋଇପାରେ । ତେବେ ଏ ଦିଗରେ ସଚେତନ ରହିବାକୁ ନିର୍ଦେଶ ଦିଆଯାଇଛି । କେମିତି ଚିହ୍ନିବା, ରୋଗୀ ଲକ୍ଷଣ କଣ ରହୁଛି, ଏହାର ସର୍ଭିଲାନ୍ସ କେମିତି ହେବ ତାହା ଉପରେ ନଜର ରହିଛି । ସେପଟେ ଡାକ୍ତର ମାନଙ୍କୁ ମଧ୍ୟ ଏନେଇ ସଚେତନ ରହିବାକୁ ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.