କମର୍ସିଆଲ LPG ସିଲିଣ୍ଡର ଦାମ ୧୩୫ ଟଙ୍କା କମିଲା

0 66

ନୂଆଦିଲ୍ଲୀ ୦୧.୦୬: ଜୁନ ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି । LPG ସିଲିଣ୍ଡର ଦାମରୁ ବଡ ପରିବର୍ତ୍ତନ ହୋଇଛି । କମର୍ସିଆଲ LPG ସିଲିଣ୍ଡର ଦାମ(୧୯ କିଲୋ) ୧୩୫ କମିଛି । ପ୍ରତି ସିଲିଣ୍ଡର ପିଛା କମିଛି ଦର । ସେହିଭଳି ଘରୋଇ LPG ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନି ।ବର୍ଦ୍ଧିତ ଦର ବୁଧବାରଠୁ ଲାଗୁ ହୋଇଛି। ଏହି ପରିବର୍ତ୍ତନରେ ରାଜଧାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ଦାମ କମି ୨,୨୧୯ ରହିଛି । ଏହା ପୂର୍ବରୁ ସିଲିଣ୍ଡର ୨,୩୫୪ ଟଙ୍କାରେ ମିଳୁଥିଲା । ସେହିଭଳି କୋଲକାତାରେ ୧୯ କିଲୋ ସିଲିଣ୍ଡର ଦାମ ୨,୩୨୨ ଟଙ୍କା ରହିଛି । ପୂର୍ବରୁ ଏହାର ଦାମ ଥିଲା ୨,୫୪୫ ଟଙ୍କା । ସେହିଭଳି ମୁମ୍ୱାଇରେ ୧୯ କିଲୋ ୨,୩୭୩ ଟଙ୍କା କମି ୨,୧୭୧.୫୦ ପଇସା ହୋଇଛି । ଚେନ୍ନାଇରେ ୨,୫୦୭ ଟଙ୍କା କମି ୨,୩୭୩ ଟଙ୍କା ହୋଇଛି । ଦାମ ପରିବର୍ତ୍ତନ ହେତୁ ଗ୍ରାହକଙ୍କୁ ବଡ ଆଶ୍ୱସ୍ତି ମିଳିଛି ।

Leave A Reply

Your email address will not be published.