ପଞ୍ଜାବ ହତ୍ୟା

0 63

ଭୟଭୀତ କରିଛି ପଞ୍ଜାବୀ ଗାୟକଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପାଞ୍ଚ ଜଣିଆ ଡାକ୍ତରୀ ପ୍ୟାନେଲ ଯେଉଁ ପୋଷ୍ଟମର୍ଟମ କରିଛି ତାହାରି ସୂଚନା ମୁତାବକ ସିଦ୍ଧୁ ମୁସେବାଲାଙ୍କୁ ହୋଇଛି ୩୦ ରାଉଣ୍ଡ ଫାୟାରିଂ । ଏହି ୩୦ ଗୁଳି ମଧ୍ୟରୁ ୨୪ଟି ଗୁଳି ସିଦ୍ଧୁ ମୁସେବାଲାଙ୍କ ଶରୀର ପଶି ବାହାରି ଯାଇଛି । ହାଇ ଟେକନିକ ବନ୍ଧୁକରେ ଫାୟାରିଂ ହୋଇଥିବା ଅନୁମାନ କରାଯାଉଛି । ଅଧିକ ରକ୍ତସ୍ରାବ ଯୋଗୁଁ ହିଁ ସିଦ୍ଧୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ସିଦ୍ଧୁଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତକ୍ରାଳୀନ କଂଗ୍ରେସ ସରକାର ସୁରକ୍ଷା ଯୋଗାଇ ଦେଇଥିବା ବେଳେ ଆପ ସରକାର ନିକଟରେ ଉଠାଇ ଦେଇଥିଲା ସୁରକ୍ଷା ବ୍ୟବସ୍ଥା । ଭିଆଇପି ସୁରକ୍ଷା ହଟିବାର ଗୋଟିଏ ଦିନ ପରେ ମୁସେବାଲାଙ୍କୁ ହତ୍ୟା କରା ଯାଇଥିଲା । ଏହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କଂଗ୍ରେସର ବିଧାୟକ ପ୍ରାର୍ଥୀ ତଥା ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେବାଲାକୁ ମାରିବା ପାଇଁ ମିଳିଥିଲା ସୁପାରୀ । ସୁପାରୀ ନେଇଥିଲା ଗ୍ୟାଙ୍ଗଷ୍ଟାର ଶାହାରୁଖ । ଶାହାରୁଖ ମୁସେବାଲାଙ୍କ ମ୍ୟାନେଜର ଥିବା ବେଳେ ଗୋଲଡ଼ୀ ଏବଂ ଲରେନ୍ସ ସୁପାରୀ ଦେଇଥିବା ପୋଲିସ ଜାଣିବାକୁ ପାଇଛି । ମୁସେବାଲାଙ୍କ ଶରୀରରେ ୨୪ଟି ଗୁଳି ପ୍ରବେଶ କରି ବାହାରି ପଡିବା ଅତ୍ୟାଧୁନିକ କ୍ଷମତା ସମ୍ପର୍ଣ୍ଣ ବନ୍ଧୁକର କାମ ବୋଲି କୁହାଯାଉଛି । ପ୍ରଶ୍ନ ହେଲା ଏହି ବନ୍ଧୁକ ଆସିଲା କେଉଠୁ ? ଆହୁରି ମଧ୍ୟ ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ରହିଛି ? ସୁପାରୀ ନେଇଥିବା ମ୍ୟାନେଜର ମର୍ଡର କରିଛି ନା ଆଉ କିଏ, ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଏହି ଘଟଣା ପରେ ପଞ୍ଜାବର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପଞ୍ଜାବରେ ବର୍ଷକୁ ୨କୋଟି ଟନ୍ ଗହମ ଉତ୍ପାଦନ ହୁଏ ଏବଂ ତେର ଲକ୍ଷ ଟନ୍ ଚାଉଳ ଉତ୍ପାଦନ ହୋଇଥାଏ । କିନ୍ତୁ ପଞ୍ଜାବ ଏବେ ଏଭଳି ରାଜ୍ୟ ଯେଉଁଠାରେ ବଡ଼ ବଡ଼ ଗ୍ୟାଙ୍ଗଷ୍ଟର ଗଢ଼ି ଉଠିଛନ୍ତି । ଯେଉଁ ଗ୍ୟାଙ୍ଗ ଗୁଡ଼ିକ ମଧ୍ୟରେ ଗ୍ୟାଙ୍ଗୱାର ମଧ୍ୟ ହୋଇଥାଏ । ମୁସେୱାଲାଙ୍କ ହତ୍ୟା ପରେ ଏଠାକାର ଗ୍ୟାଙ୍ଗ ଗୁଡ଼ିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ପଞ୍ଜାବରେ ଚାଲିଥିବା ଗ୍ୟାଙ୍ଗୱାର କୌଣସି ହିନ୍ଦୀ ଫିଲ୍ମ କାହାଣୀଠାରୁ କମ୍ ନୁହଁ । ଗୋଟିଏ ଗ୍ୟାଙ୍ଗର ଲୋକଙ୍କୁ ଅନ୍ୟ ଏକ ଗ୍ୟାଙ୍ଗ ଲୋକ ହତ୍ୟା କରିଥାଏ । ଏବଂ ସେହି ଗ୍ୟାଙ୍ଗ ଲୋକ ଏହାର ପ୍ରତିଶୋଧ ନେବାକୁ ହତ୍ୟାକାରୀକୁ ମାରିଥାଏ । ଏବଂ ନିରନ୍ତର ଭାବେ ଏହା ଚାଲିଥାଏ ।
ମୁସେୱାଲାଙ୍କ ହତ୍ୟା ପରେ ପଞ୍ଜାବରେ ଗନ୍ କଲଚର ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ପଞ୍ଜାବ ଗାୟକ ଦଲେର ମେହନ୍ଦୀ ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା ବେଳେ କହିଛନ୍ତି କି କେନ୍ଦ୍ର ସରକାର ଏବଂ ପଞ୍ଜାବ ସରକାର ଗୀତରେ ବ୍ୟବହାର ହେଉଥିବା ଶଦ୍ଧ ପ୍ରତି ଧ୍ୟାନଦେବା ଆବଶ୍ୟକ ଥିବା କହିଛନ୍ତି । ଯଦି ଗୀତରେ ଡ୍ରଗ୍ସ, ବନ୍ଧୁକ, ଡ୍ରଗ୍ସ ଏବଂ ମହିଳାଙ୍କ ପ୍ରତି ଆପତ୍ତିଜନକ ଶଦ୍ଧ ବ୍ୟବହାର ହୋଇଥିବ ତେବେ ସେଭଳି ଗାୟକଙ୍କୁ ୱାର୍ଣ୍ଣି ଦେବା ସହିତ ତାଙ୍କୁ ରୋକାଯିବା ଆବଶ୍ୟକ ବୋଲି କହିଛନ୍ତି ।

Leave A Reply

Your email address will not be published.