ଚିକିତ୍ସାଧିନ ଅବସ୍ଥାରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ

0 68

ଆଠଗଡ଼ ୨।୬: ଆଠଗଡ଼ ବନଖଣ୍ଡ ନରସିଂହପୁର ପୂର୍ବ ବନାଞ୍ଚଳ ଅନ୍ତର୍ଗତ ସେରମୁଣ୍ଡା ସେକ୍ସନ ସେରମୁଣ୍ଡା ବିଟ୍ ନିକଟ ନୂଆଗଡ଼ ସଂରକ୍ଷିତ ଜଙ୍ଗଲରେ ବୁଲୁଥିବା ଅସୁସ୍ଥ ମାଈ ହାତୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ବନ ବିଭାଗ ପକ୍ଷରୁ ଚିକିତ୍ସା ଚାଲିଥିଲା । ସୂଚନାଯୋଗ୍ୟ ଯେ, ସେରମୁଣ୍ଡା ଜଙ୍ଗଲରେ ଏକ ଅସୁସ୍ଥ ମାଈ ହାତୀ ବୁଲୁଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଠାବ କରାଯାଇଥିଲା । ଅସୁସ୍ଥ ହାତୀଟିକୁ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ, ସାତକୋଶିଆ ଡ଼ାକ୍ତରୀ ଟିମ୍ ସହିତ ବନ କର୍ମଚାରୀମାନେ ଚିକିତ୍ସା କରୁଥିଲେ ହେଲେ ସବୁ ଚେଷ୍ଟା ଫେଲ୍ ମାରିଥିଲା । ଶେଷରେ ମାଈ ହାତୀର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.