ଆଜିଠୁ କଟକରେ ଆରମ୍ଭ ହେବ ସାଉଥ୍ ଏସିଆନ ବାସ୍କେଟବଲ ଚମ୍ପିଆନ୍‌ସିପ

0 78

କଟକ : କଟକରେ ଖେଳାଯିବ ସାଉଥ ଏସିଆନ ବାସ୍କେଟବଲ ଚମ୍ପିଆନ୍‌ସିପ୍‌ । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆଜିଠୁ ଆରମ୍ଭ ହେବ ଏହି ମେଗା ଇଭେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 3ଟି ଟିମ୍‌ ଭାଗ ନେବେ ।ଭାରତ, ବାଂଲାଦେଶ ଓ ମାଲଦୀପ ଏହି ଟୁର୍ଣ୍ଣାମେଣ୍ଟରେ ଭାଗନେବେ । ନେହେରୁ ଇଣ୍ଡୋର ଷ୍ଟାଡିଅମରେ 3 ଦିନ ଧରି ସାଉଥ ଏସିଆନ ବାସ୍କେଟବଲ ଚମ୍ପିଆନ୍‌ସିପ୍‌ ଖେଳାଯିବ । ଏହି ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ଦିଆଯାଇଛି । ଏନେଇ ରାଜ୍ୟ ସରକାର ଗ୍ରୀନ ସିଗନାଲ୍ ଦେଇଛନ୍ତି । ଏହି ଚିମ୍ପିଆନ୍‌ସିପରେ ପୂର୍ବରୁ ୭ଟି ଦଳ ଭାଗ ନେବା ନେଇ ଯୋଜନା ରହିଥିଲା ।କୋଭିଡ ସଂକ୍ରମଣ ଯୋଗୁଁ ଅନ୍ୟ ୪ଟି ଦେଶ ଆସିବା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛି ରାଜ୍ୟ ବାସ୍କେଟବଲ ସଙ୍ଘ ।

Leave A Reply

Your email address will not be published.