ଆର,ଉଦୟଗିରି ଆଧାର କେନ୍ଦ୍ରରେ ୩ ମାସ ହେଲା ତାଲା: ଲୋକେ ହଟହଟା

0 66

ପାରଳାଖେମୁଣ୍ଡି, ୨|୬ : ଲୋକଙ୍କ ଜୀବନ ଧାରଣା ପାଇଁ ଦରକାର ହେଉଛି ଆହାର ଯଦି ବହୁଦିନ ଧରି ନମିଳେ ତେବେ ଲୋକମାନେ ମୃତ୍ୟୁ ସୁନିଶ୍ଚିତ l କିନ୍ତୁ ବର୍ତମାନ ସରକାରଙ୍କ ଯେକୌଣସି ଯୋଜନା ହାତେଇବାକୁ ହେଲେ ଦରକାର ପଡୁଛି ଆଧାର ନମ୍ବର ଯଥା ପିଲା ଜନ୍ମ ହେଲେ ମାଆର ଆଧାର ପିଲା ପାଠ ପଢ଼ିଲେ ପିଲାର ଏହି ଭଳି ବ୍ୟାଙ୍କରେ ଖାତା ଖୋଲିବା, ବ୍ୟାଙ୍କରୁ ଋଣ ନେବା, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଅନେକ ଯୋଜନା ଅଛି ଯାହାକି ବିନା ଆଧାର କାର୍ଡ ନମ୍ବରରେ ମିଳୁନାହିଁ ବା ଆବେଦନ କରିପାରିବେ ନାହିଁ l କିଛିବର୍ଷ ପୂର୍ବେ ଜିଲ୍ଲା ପ୍ରଶାସନ ତରଫରୁ ପଂଚାୟତ କାର୍ଯ୍ୟାଳୟ ଠାରେ ଆଧାର କେନ୍ଦ୍ରମାନ ଖୋଳାଯାଇ ଆଧାର ପଞ୍ଜିକରଣ କରାଯାଉଥିଲା l ବର୍ତମାନ ସେହି ସେବା ଉଠିଯାଇଛି l କିଛି ବେକାର ଯୁବକ ଯୁବତୀ ଆଧାର କେନ୍ଦ୍ର ଖୋଲି ଆଧାର ନାମ ସଂଶୋଧନ ଓ ନୂତନ ପଞ୍ଜିକରଣ କାମ କରୁଛନ୍ତି ସେହି ଭଳି ଆର. ଉଦୟଗିରି ଗ୍ରାମରେ ଏକ ଆଧାର କେନ୍ଦ୍ର ଖୋଲାଯାଇଛି ହେଲେ ଏହି କେନ୍ଦ୍ର ବହୁଦିନ ଧରି ବନ୍ଦ ରହୁଥିବା ଯୋଗୁଁ ଲୋକେ ଆଧାର କାର୍ଡ ପଞ୍ଜିକରଣ ଓ ଆଧାର କାର୍ଡ ସଂଶୋଧନ କରିବାକୁ ବହୁ ଦୂରଦୂରାନ୍ତରୁ ଆସି ହଟହଟା ହେବାର ଦେଖିବାକୁ ମିଳୁଛି । କିଛିଦିନ ପୂର୍ବରୁ ଆର,ଉଦୟଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଆଧାର କେନ୍ଦ୍ର ଖୋଲାଯାଇଥିଲା । କରୋନା ହେବାଦ୍ବାର ଏହି କେନ୍ଦ୍ର ଆର. ଉଦୟଗିରି ବସଷ୍ଟାଣ୍ଡର ଏକ ଘର ଆଧାର କେନ୍ଦ୍ର କରାଯାଇଥିବା ଦେଖି ମିଳିଥିଲା ଏହି କେନ୍ଦ୍ର କିନ୍ତୁ ଏହି ଘର ଦୀର୍ଘ ମାସ ହେବ ତାଲା ଝୁଲୁ ଥିବାର ଦେଖିବାକୁ ମିଳୁଛି ଓ ବ୍ଲକର ବିଭିନ୍ନ ଦୁର୍ଗମ ଅପହଞ୍ଚ ଗ୍ରାମର ଲୋକମାନେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ଲୋକମାନେ ବାଧ୍ୟହୋଇ ନୁଆଗଡ, ଖଜୁରିପଦା ଓ ମୋହନା ଗ୍ରାମକୁ ଯାଇ ଆଧାର କାର୍ଡ କାର୍ଡ ପଞ୍ଜିକରଣ ଓ ସଂଶୋଧନ କରିବାକୁ ଯିବା ଦ୍ବାରା ଖଟିଖିଆ ଗରିବ ଲୋକମାନେ ବହୁ ଖର୍ଚ୍ଚାନ୍ତ ହେବା ସହିତ ସମୟ ନଷ୍ଟ ହେଉଛି । ଏବେ ସରକାରଙ୍କ ନିର୍ଦେଶ ଯେ ଅଙ୍ଗନଓ୍ବାଡି ରେ ପାଠ ପଡୁଥିବା ପିଲାମାନେ ମଧ୍ୟ ଆଧାର କାର୍ଡ ଆବଶ୍ୟକତା ରହୁଛି ରିବା । ବ୍ଲକର ଆଧାର କାର୍ଡ ପାଇ ବିଭିନ୍ନ ଦୁର୍ଗମ ଗ୍ରାମରୁ ଛୋଟପିଲାଧରି ମା କିମ୍ବା ବାପା ଆସି କେନ୍ଦ୍ର ବନ୍ଧ ଥିବାରୁ ନିରାଶ ହୋଇ ଫେରୁଛନ୍ତି । ଏହି ଅସୁବିଧା ଦୂର କରିବାପାଇଁ ଗଜପତି ଜିଲ୍ଲାପ୍ରଶାସନ ଓ ଆର. ଉଦୟଗିରି ବ୍ଲକ ପ୍ରଶାସନ ବ୍ଲକରେ ଚାଲୁଥିବା ଆଧାର କେନ୍ଦ୍ରଗୁଡିକ ନିୟମିତ ଖୋଲିବା ବ୍ୟବସ୍ତା କରବାକୁ ଅଞ୍ଚଳବାସୀ ଦାବିକରୁଛନ୍ତି ।

Leave A Reply

Your email address will not be published.