୧୮ଲିଟର ଦେଶୀମଦ ଜବତ, ଜଣେ ମହିଳା ଗିରଫ

0 70

ପାରଳାଖେମୁଣ୍ଡି, ୨ା୬ : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଧରପଗଡ ଜାରି ରହିଛି । ଏହି କ୍ରମରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସଦର ଅବକାରୀ ବିଭାଗ ତରଫରୁ ପେଟ୍ରୋଲିଂ ସମୟରେ ପାରଳା ସହରର ବିଭିନ୍ନ ସ୍ଥାନ ସମେତ ଦୈନିକ ପରିବା ପଜାର ଅଞ୍ଚଳରେ ଚଢଉ କରାଯାଇଥିଲା । ଏହି ଚଢଉ ବେଳେ ୧୮ଲିଟର ଦେଶୀ ମଦକୁ ଜବତ କରିଥିବାର ଜଣାପଡିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇ ମାମଲା ରୁଜୁ କରିଥିବାର ସଦର ଅବକାରୀ ଥାନା ସୂତ୍ରରୁ ପ୍ରକାଶ । ଉକ୍ତ ପେଟ୍ରୋଲିଂ ଟିମ୍‌ରେ ଭ୍ରାମ୍ୟମାଣ ଅବକାରୀ ୟୁନିଟ୍‌ର କିଶୋର ଚନ୍ଦ୍ର ରଥ ପ୍ରମୁଖଙ୍କ ସହ ସଦର ଅବକାରୀ ଟିମ୍ ଯୋଗଦେଇଥିଲେ ।

Leave A Reply

Your email address will not be published.