ସାପ କାମୁଡା ରେ ମହିଳା ମୃତ

0 79

ଗତକାଲି ଶେରଗଡ ଥାନା ଲାଞ୍ଜିଆପଲ୍ଲୀ ଗ୍ରାମରେ ସାପ କାମୁଡା ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣା ରୁ ପ୍ରକାଶ ଯେ, ଶେରଗଡ ଥାନା ଅନ୍ତର୍ଗତ ଧନନ୍ତର ପଞ୍ଚାୟତ ଲାଞ୍ଜିଆପଲ୍ଲୀ ଗ୍ରାମର ବାୟାଣୀ ସ୍ବାଈଁ (41) ପୋଖରୀରେ ଗାଧୋଉଥିବା ସମୟରେ ଏକ ବିଷଧର ସାପ କାମୁଡି ଦେଈଥିଲା। ବାୟାଣୀ ମୂକ ହୋଈଥିବା ହେତୁ କାହାକୁ କିଛି କହିପାରିନଥିଲେ। ବାୟାଣୀ ଚେତାଶୂନ୍ୟ ହେବା ପରେ ପରିବାର ଲୋକେ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ବହୁ ସମୟରେ ଲୋକଙ୍କ ଆଭିଯୋଗ ହେଉଛି ଏହି ସାପ କାମୁଡା ଔଷଧ ପତର ମିଳୁନାହିଁ l ଏହି ଦାବି କେବେ ପୂରଣ ହେବ ଦେଖିବାକୁ ବାକି ରହିଲା l

Leave A Reply

Your email address will not be published.