ସରକାରୀ ଜମିରେ ବେଆଇନ ଭାବରେ ରାସ୍ତା ନିର୍ମାଣ କୁ ଗ୍ରାମବାସୀ ଙ୍କ ବିରୋଧ l

0 86

ଖୋର୍ଦ୍ଧା ତହସିଲ ଅଧିନସ୍ଥ ଅରାଙ୍ଗ ମୌଜାରେ ସରକାରୀ ଜମିରେ ବେଆଇନ ଭାବରେ ରାସ୍ତା ନିର୍ମାଣକୁ ବିରୋଧ କରି ଗ୍ରାମବାସୀଙ୍କ ଖୋର୍ଦ୍ଧା ଆଦର୍ଶ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଅରାଙ୍ଗ ମୌଜାରେ ଥିବା ଶ୍ମଶାନ ତଥା ଗୋଚର ଜମିକୁ ଉଇଲ କିନସନ ନଗରର ଜଣେ ଜମି ମାଫିଆ ନିଜ ଅକ୍ତିୟାର କୁ ନେଇ ସେଠାରେ ବେଆଇନ ଭାବେ ରାସ୍ତା ନିର୍ମାଣ କରୁଛି । ଏହାସହ କିଛି ସରକାରୀ ଜମିକୁ ମଧ୍ୟ ବିକ୍ରିକରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ଯୋଜନା ରହିଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜଣାଯାଇଥିଲା । ଆଉ ଏହା ମଧ୍ୟରେ ଏହାକୁ ଜବରଦଖଲ କରି ରାସ୍ତା ନିର୍ମାଣ କରାଯାଇଛି । ଯାହାକୁ ଗ୍ରାମବାସୀ ବାରମ୍ବାର ବିରୋଧ କଲାପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ତହସିଲ ଅଫିସ୍ କୁ ଯାଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ କିନ୍ତୁ ଏହାର ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଅ।ଦର୍ଶ ଥାନା ଘେରାଉ କରିବା ସହିତ ତୁରନ୍ତ ଏହଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ l

Leave A Reply

Your email address will not be published.