ନୂଆ ବୋହୁ ସାଜି ଶାଶୁ ଘର ଯାଉଥିଲେ ଅଧା ବାଟରେ ଅଟକେଇଲା ପ୍ରେମିକ

0 68

ପ୍ରେମରେ ଆଠ ବର୍ଷର ନିବିଡତା ପରେ ଧୋକ୍କା, ଅନ୍ୟତ୍ର ବିବାହ କରି ସ୍ବାମୀ ସହ ଶ୍ବଶୁର ଘରକୁ ଯାଉଥିବା ବେଳେ ବାଟ ଉଗାଳିଲା ପ୍ରେମିକ। ବିଚ୍ ରାସ୍ତାରେ ପ୍ରେମିକ ଖୋଲିଥିଲା ପ୍ରେମର ପେଡି। ଯାହାକୁ ଦେଖି ହତବାକ୍ ହୋଇଥିଲା ସ୍ବାମୀ। ଦେଖଣାହାରିଙ୍କ ଭିଡ ଜମିଥିଲା ଆଉ ଶେଷରେ ପୋଲିସ ହସ୍ତକ୍ଷେପ କରିବାକୁ ପଡିଥିଲ। ଏଭଳି ଏକ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଥିଲା ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାଞ୍ଚଳରେ। କେତେକ ସ୍ଥଳରେ ବାର ପୁରୁଷକୁ ଛାଡି ଅନ୍ୟତ୍ର ପଳେଇ ଯାଉଥିବା ବେଳେ ବିଚରା ପୁରୁଷ ଫସି ଯାଇଥାଏ ହେଲେ ଏହି କ୍ଷେତ୍ରରେ ପ୍ରେମିକାକୁ ପ୍ରେମିକର ଷଂଢୁଆଶୀ ଆକ୍ରମଣ ସଂପ୍ରତି ଜିଲ୍ଲାବ୍ୟାପି ଚର୍ଚ୍ଚାର ବିଷୟ ସାଜିଛି। ସୂଚନା ମୁତାବକ, ସାବରଙ୍ଗ ଥାନା ଅଧିନ ବରାଙ୍ଗ ଗ୍ରାମର ନିଶାକର ବାରିକଙ୍କ ପୁଅ ଦିନବଂଧୁ ବାରିକ ବାସୁଦେବପୁର ଥାନା ଅଧିନ ଲୁଙ୍ଗା ପଞ୍ଚାୟତ ଅଧିନ ବାରିକସାହି ଗ୍ରାମର ସୁଶାନ୍ତ ବାରିକଙ୍କ ଝିଅ ପୁଷ୍ପଲତା ବାରିକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା।ଉଭୟଙ୍କ ମଧ୍ଯରେ ଭାବ ଦିଆନିଆ ଠାରୁ ଆରମ୍ଭ କରି ଗଢି ଉଠିଥିଲା ଅନେକ ସମ୍ପର୍କ। ଉଭୟଙ୍କ ପରିବାର ମଧ୍ଯରେ ମିଳିଥିଲା ସହମତି। ପ୍ରେମିକାର ବାପା କେତେକ ସମୟରେ ପ୍ରେମିକଠାରୁ ଟଙ୍କା ମଧ୍ୟ ନେଇଥିଲେ। ପୁଅର ପରିବାର ଓ ଝିଅ ପରିବାର ଫୋନ ଯୋଗେ କଥାବାର୍ତ୍ତା ହେଉଥିଲେ ସବୁକିଛି ଠିକ୍ ଠାକ୍ ଥିଲା। କିନ୍ତୁ ଗତକାଲି ରାତିରେ ହଠାତ ପୁଅ ଶୁଣିବାକୁ ପାଇଲା ଯେ, ଝିଅର ଅଲଗା ଯାଗାରେ ବାହାଘରେ ହେବାକୁ ଯାଉଛି। ପିରହାଟ ଥାନା ଦୈଲତପୁର ପଞ୍ଚାୟତ ନମେଇସାହି ଗାଁର ପରେଶ ନାୟକଙ୍କ ସହିତ। ଫୋନରେ ପ୍ରେମିକାର ବାପାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ୍ ଉଠାଇ ନଥିଲେ। ବିଫଳ ପ୍ରେମିକ ଶେଷରେ ସାବରଙ୍ଗ ଥାନାରେ ବିଳମ୍ବିତ ରାତିରେ ଦ୍ଵାରସ୍ଥ ହୋଇଥିଲେ। ଆଜି ସକାଳୁ ବାହାଘର ସାରି ଫେରୁଥିବା ବେଳେ ପ୍ରେମିକ ଦିନବଂଧୁ ବାରିକ୍ ଇଛାପୁର ଠାରେ ବରକନିଆଁ ଗାଡ଼ିକୁ ଅଟକାଇ ଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ସାବରଙ୍ଗ ପୋଲିସ ପହଞ୍ଚି ସମସ୍ତଙ୍କ ଥାନାକୁ ଆଣିଥିଲା। ଥାନାରେ ତିନି ପକ୍ଷ ପହଞ୍ଚିବା ପରେ ବର ଓ କନିଆଁକୁ ଛାଡ଼ି ଦେଇଥିଲା ପୋଲିସ। ପ୍ରେମିକାର ବାପା ସୁଶାନ୍ତ ବାରିକ୍ ଓ ପ୍ରେମିକ ଦିନବଂଧୁ ବାରିକ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି ଟଙ୍କା ଦିଆନିଆର ମିମାଂସା କରୁଥିବା ଜଣା ଯାଇଛି।

Leave A Reply

Your email address will not be published.