କାଶ୍ମୀର ରେ ପୁଣି କୋକୁଆ ଭୟ |

0 77

ମେ ଏକ ରୁ ଜୁନ ୨ ମଧ୍ୟ ରେ ୧୦ ଜଣ ସାଧାରଣ ଲୋକ ଙ୍କୁ ହତ୍ୟା କରି ସାରିଛନ୍ତି ଆତଙ୍କବାଦୀ ମାନେ | ସରକାରଙ୍କ ପ୍ରତିଶୃତି ଉପରେ ଭରସା ନ କରି ପାରି ଘର ଛାଡ଼ୁଛନ୍ତି କାଶ୍ମୀର ପଣ୍ଡିତ ମାନେ | ବର୍ତମାନ ର କାଶ୍ମୀର ର ସ୍ଥିତି ଠିକ ନବେ ଦଶକ ପରି ମାନେ ହଉଛି | ସେହି ସମୟ ରେ ଆତଙ୍କୀ ଭୟ ରେ ପଣ୍ଡିତ ମାନଙ୍କ ପଳାୟନ ଦେଖିବାକୁ ମିଳିଥିଲା | ବର୍ତମାନ ଠିକ ସେହି ସ୍ଥିତି ଉପୁଜିଛି | କାଶ୍ମୀର ଛାଡ଼ୁଛନ୍ତି ହିନ୍ଦୁ ଓ ଅଣକାଶ୍ମୀର ବାସି |କାଶ୍ମୀର ରେ ବଢି ଚାଲିଛି ଟାର୍ଗେଟ କିଲିଂ | କେତେ ବେଳେ ବୋମା ମାଡ଼ ତ କେତେ ବେଳେ ଆଖି ବୁଜା ଗୁଳି ବର୍ଷା | କାଶ୍ମୀର ରେ ପୁଣି କୋକୁଆ ଭୟ | ଆତାଙ୍କବାଦୀ ଟାର୍ଗେଟ ରେ କାଶ୍ମୀର ପଣ୍ଡିତ ,ହିନ୍ଦୁ ଓ ଅଣକାଶ୍ମୀର | ଦୁଇ ସପ୍ତାହ ମଧ୍ୟରେ ୧୦ ଜଣ ଙ୍କୁ ହତ୍ୟା କରି ଆତଙ୍କ ରାଜ ଖେଳାଇ ଚାଲିଛନ୍ତି ଆତାଙ୍କବାଦୀ| ଜୀବନ ବଞ୍ଚାଇବାକୁ କାଶ୍ମୀର ପଣ୍ଡିତ ପଳାୟନ କରୁଛନ୍ତି | ସେପଟେ କେନ୍ଦ୍ର ସରକାର ଉପଯୁକ୍ତ ସୁରକ୍ଷା ଯୋଗାଉ ନ ଥିବାରୁ ଦିଲ୍ଲୀ ରେ ଆରମ୍ଭ ହେଲାଣି ଵିରୋଦ୍ଧ ପ୍ରଦର୍ଶନ | ଦେଖିବାକୁ ବାକି ରହିଲା କେନ୍ଦ୍ର ସରକାର କଣ ପଦକ୍ଷେପ ନେଇ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି |

Leave A Reply

Your email address will not be published.