ମନ୍ତ୍ରୀମଣ୍ଡଳ ପରେ ବଦଳିବେ ୨୩ଟି ବିଭାଗ ର ନିଗମ ଅଧକ୍ଷ ଏବଂ ଉପଦେଷ୍ଟା

0 75

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂତନ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଯାଉଛନ୍ତି I ଏହା ପୂର୍ବରୁ ବିଭିନ୍ନ ସରକାରୀ ଉଦ୍ୟୋଗ, ନିଗମ ଓ ସଂସ୍ଥାରେ ନିୟୋଜିତ ୨୩ ଅଧ୍ୟକ୍ଷ ତଥା ଉପଦେଷ୍ଟା ପଦ କୁ ରଦ୍ଦକରିଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମେତ ରାଜ୍ୟର ସବୁ ନିଗମର ଅଧ୍ୟକ୍ଷ, ବିଭିନ୍ନ ବିଭାଗର ଉପଦେଷ୍ଟାଙ୍କଠାରୁ ଦାୟିତ୍ୱ ପ୍ରତ୍ୟାହାର କରିନିଆଯାଇଛି । ଏ ସଂକ୍ରାନ୍ତରେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ସମସ୍ତ ବିଭାଗ ମୁଖ୍ୟଙ୍କୁ ଶନିବାର ଅବଗତ କରାଯାଇଛି।

ଏହିସବୁ ବିଭାଗ ହେଲେ ଆଗ୍ରୋ ଓଡିଶାର ଚେୟାରମ୍ୟାନ, ଓଡିଶା ଷ୍ଟେଟ ସିଡସ କୋର୍ପୋରେସନ, ଆପିକଲ ଚେୟାରମ୍ୟାନ, ଓଟିଡିସି, ଉଠା ଜଳସେଚନ, ଚଳଚିତ୍ର ନିଗମ, ହାଉସିଂ ବୋର୍ଡ, ଚିଲିକା ଡେଭଲପମେଂଟ ଅଥରିଟିନମୀଶଂ ଶକ୍ତି,.ପଶ୍ଚିମ ଓଡ଼ିଶା ବିକାଶ ପରିଷଦ,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପରାମର୍ଶଦାତା,କୃଷି ଓ କୃଷକ ବିଭାଗ ପରାମର୍ଶଦାତା,ଖଦି ଓ ଗ୍ରାମୋଦ୍ୟୋଗ ପରିଷଦ ଅଧ୍ୟକ୍ଷ,ଇଟି ଆଣ୍ଡ ଆଇଟି ବିଭାଗ ପରାମର୍ଶଦାତା, ଭଳି ବିଭାଗର ଅଧ୍ୟକ୍ଷ ପଦ ରହିଛି । ଆଜିଠାରୁ ଏମାନେ ଆଉ ନିଜ ପଦବୀରେ କାମ କରିପାରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

Leave A Reply

Your email address will not be published.