ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର ଅସୁସ୍ଥ ||

0 74

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ | ତାଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରାଯାଇଛି | ଗୁରୁତର କିଡ଼ନୀନି ରୋଗରେ ପୀଡିତ ହୋଇଥିବା ସୂଚନା ମିଳିଛି | ଏହାସହିତ ତାଙ୍କର ବାମ ଆଖିରେ ମଧ୍ୟ ସଂକ୍ରମଣ ହୋଇଥିବା ସୂଚନା ମିଳୁଛି | ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରାଯାଇଛି |ଗତକାଲି(ଶନିବାର) ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ଉପବାଚସ୍ପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ । ଅସୁସ୍ଥତା କାରଣରୁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ନେଇ ତାଙ୍କ ପୁଅ ବିପ୍ଳବ ପାତ୍ର ସୂଚନା ଦେଇଛନ୍ତି ।ସୂଚନା ଅନୁଯାୟୀ, ଗତ 14 ଦିନ ହେବ ତାଙ୍କର ଚିକିତ୍ସା ଚାଲିଛି । ଗୁରୁତର କିଡନୀ ରୋଗରେ ପୀଡିତ ଅଛନ୍ତି । ଏଥିସହ ତାଙ୍କ ବାମ ଆଖିରେ ଏକ ବଡ ସଂକ୍ରମଣ ରହିଛି । ବର୍ତ୍ତମାନ ସମୟରେ ସେ କୌଣସି ସରକାରୀ ଦାୟିତ୍ବ ନେବାକୁ ଅସମର୍ଥ ଥିବା ପୁଅ ବିପ୍ଳବ ପାତ୍ର କହିଛନ୍ତି ।

Leave A Reply

Your email address will not be published.