ବିଦେଶ ଗସ୍ତ ରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ମନ୍ତ୍ରୀମଣ୍ଡଳ ନବକଳେବର ପରେ ମୁଖ୍ୟମନ୍ତ୍ରୀ ଙ୍କ ବିଦେଶ ଗସ୍ତ ||

0 79

ଆସନ୍ତା ୨୧ ତାରିଖ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତ ରେ ଯିବାର କାର୍ଯ୍ୟକ୍ରମ ରହିଛି | ଦୀର୍ଘ ୨୫ ବର୍ଷ ମଧ୍ୟ ରେ ନବୀନ ପଟ୍ଟନାୟକ ଦ୍ଵିତୀୟ ଥର ପାଇଁ ବିଦେଶ ଗସ୍ତ ରେ ଯିବେ | ଏହି ଗସ୍ତ ସମୟ ରେ ସେ ଇଟାଲୀ ଓ ଦୁବାଇ ଯିବାର ଅଛି ବୋଲି ଜଣାପଡିଛି | ସୂଚନା ଅନୁସାରେ ସେ ପ୍ରଥମେ ଇଟାଲୀ ଗସ୍ତ ରେ ଯାଇ ସେଠାରୁ ସେ ଦୁବାଇ ଗସ୍ତ ରେ ଯିବେ | ଦୁବାଇ ରେ ରାଜ୍ୟସରକାରଙ୍କ ପକ୍ଷରୁ ବିଜିନେସ ମିତ ଆୟୋଜିତ ହୋଇଥିବାରୁ ସେଥିରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ | ଦୁବାଇ ରେ ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ମନ୍ତ୍ରୀ ସଚିବ ମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି |
ମୁଖ୍ୟମନ୍ତ୍ରୀ ଙ୍କ ବିଦେଶ ଗସ୍ତ ସମୟରେ ତାଙ୍କର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ମଧ୍ୟ ଯିବେ ବୋଲି ସୂଚନା ମିଳିଛି | ଶ୍ରୀ ପଟ୍ଟନାୟକ ୧୯୯୭ ମସିହା ରେ ରାଜନୀତିରେ ପାଦ ଥାପିବା ପରଠୁ ବିଦେଶ ଗସ୍ତରେ ଯାଇ ନ ଥିଲେ | ଶେଷଥର ପାଇଁ ୨୦୧୨ ମେ ‘ମାସରେ ଲଣ୍ଡନ ରେ ବିଜିନେସ ମିତ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଇଥିଲେ |

Leave A Reply

Your email address will not be published.