ଜୁଲାଇ ପହିଲା ରୁ ପ୍ଲାଷ୍ଟିକ ମନା ||ଜୁଲାଇ ପହିଲା ରୁ ପ୍ଲାଷ୍ଟିକ ବ୍ୟାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ||

0 78

ଜୁଲାଇ ୧ରୁ ବ୍ୟାନ୍‌ ହେଉଛି ପ୍ଲାଷ୍ଟିକ୍‌। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌କୁ ଜୁଲାଇ ୧ରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କର ଏହି ଘୋଷଣା ପରେ ସବୁ ରାଜ୍ୟର ସରକାର ମଧ୍ୟ ଏହି ନିୟମକୁ ଲାଗୁ କରିବା ଉପରେ ଜୋର ଦେଇଛନ୍ତି। ଏହି ଧାରାରେ ଆଜି ବିଶ୍ୱ ପରିବେଶ ଦିବସରେ ହିମାଚଳ ପ୍ରଦେଶ ଓ ରାଜସ୍ଥାନ ସରକାର ବି ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌କୁ ବ୍ୟାନ୍‌ କରିବାକୁ ଘୋଷଣା କରିଛନ୍ତି। ଯିଏ ଏହି ନିୟମ ଉଲ୍ଲଂଘନ କରିବ, ତେବେ ତାକୁ ୧ ହଜାର ଟଙ୍କାର ଜରିମାନା ଭରିବାକୁ ପଡ଼ିବ।ସିଙ୍ଗଲ ୟୁଜ ପ୍ଲାଷ୍ଟିକର ପ୍ରସ୍ତୁତି, ଷ୍ଟକିଂ, ବିତରଣ ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପ୍ଲାଷ୍ଟିକ ଷ୍ଟିକ ଥିବା ଇୟର ବଡ, ବେଲୁନରେ ବ୍ୟବହୃତ ପ୍ଲାଷ୍ଟିକ, ପ୍ଲାଷ୍ଟିକ ପତାକା, କ୍ୟାଣ୍ଡି ଷ୍ଟିକ୍‌ସ, ଆଇସକ୍ରିମ ଷ୍ଟିକ ଏବଂ ଘର ସଜ୍ଜା ପାଇଁ ବ୍ୟବହୃତ ସୋଲକୁ ବନ୍ଦ ହେବ। ଏହା ସହ ଶହେ ମାଇକ୍ରନରୁ କମ୍‌ କ୍ଷମତାରେ ନିର୍ମିତ ଥର୍ମୋକୁଲ ପ୍ଲେଟ, କପ୍‌, ଗ୍ଲାସ, ମିଠା ବାକ୍ସକୁ ଗୁଡ଼ାଇବା ପାଇଁ ପ୍ୟାକିଂ ଫିଲ୍ମ ଆଦିକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ୭୫ ମାଇକ୍ରନରୁ କମ୍‌ କ୍ଷମତା ବିଶିଷ୍ଟ ପଲିଥିନକୁ ବନ୍ଦ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି।

ଗ୍ରାହକମାନେ ଏମିତି କରନ୍ତୁ ସହଯୋଗ:

ଗ୍ରାହକଙ୍କୁ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ବଦଳରେ ବାୟୋଡିଗ୍ରେଡେବଲ କଟଲରୀ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି।
ଏଥିସହ ଝୋଟ କିମ୍ବା କପଡ଼ା ବ୍ୟାଗ୍‌ ବ୍ୟବହାର କରନ୍ତୁ।
ବାହାରକୁ ଜିନିଷ କିଣିବାକୁ ଯିବା ବେଳେ ଘରୁ କପଡ଼ା ବ୍ୟାଗ୍‌ ନେଇ ଯାଆନ୍ତୁ।
ପ୍ଲାଷ୍ଟିକ୍‌ ଡିସ୍ପୋଜାଲ ଜାଗାରେ କାଗଜ, ବାଉଁଶ କିମ୍ବା ମାଟିର ବାସନ ବ୍ୟବହାର କରନ୍ତୁ।

Leave A Reply

Your email address will not be published.