ନୂଆ ଟିମ୍‌ର ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର ଦେଲେ ନବୀନ||5T ସହିତ ଯୋଡ଼ି ହୋଇଛି ଆଉ ଗୋଟିଏ T- TOUR ||

0 68

ନୂଆ ଟିମ୍‌ର ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର ଦେଲେ ନବୀନ । ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।
ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର । ନବୀନଙ୍କ ନୂଆ ଟିମ୍‌ର ନୂଆ ମନ୍ତ୍ରୀଙ୍କୁ ଦିଆଯାଇଛି 6T ମନ୍ତ୍ର । ଶପଥ ନେବା ପରେ ମନ୍ତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ସେମାନଙ୍କୁ 6Tର ମନ୍ତ୍ର ଦେଇଛନ୍ତି ନବୀନ । ପୂର୍ବର 5T ସହିତ ଯୋଡ଼ି ହୋଇଛି ଆଉ ଗୋଟିଏ T- TOUR । ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବାକୁ ଓ ତାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.