ଚିଲିକାରେ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ର ଚଢ଼ାଉ !!!

0 90

ଦୀର୍ଘଦିନ ହେଲା ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳ ରେ ବେଆଇନ ମଦ ବିକ୍ରୀ ହେଉଥିବା ଅଭିଯୋଗ ଆସିବା ପରେ , ଅବକାରୀ ବିଭାଗ ତରଫରୁ ଆରମ୍ଭ ହୋଇଛି ଚଢ଼ାଉ । ଆଜି ଖୋର୍ଦ୍ଧା ମୋବାଇଲ ସ୍କ୍ୱାର୍ଡ଼ ସସ୍ମିତା ହୋତା ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଆଲୋକ ପ୍ରଧାନ ଓ ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସଙ୍କ ନେତୃତ୍ବରେ ବେଆଇନ ଦେଶୀ ମଦ ବିକ୍ରି ଏବଂ ତିଆରି ହେଉଥିବାର କୌଣସି ସୁତ୍ରରୁ ଖବର ପାଇଁ ବାଣପୁର ବ୍ଲକ ସାଳିଆ ଡ୍ୟାମ ନିକଟସ୍ଥ ପ୍ରଧାନ ସାହିରେ ଦେଶୀମଦ ଭାଟି ଉପରେ ଚଢ଼ାଉ କରାଯାଇଥିଲା । ମିଳିତ ଚଢ଼ାଉ ଫଳରେ ୪୦୦୦ କିଲୋଗ୍ରାମ ର ପୋଚ ସହିତ ୩୪୦ ଲିଟର ଦେଶୀ ମଦ କୁ ଜବତ କରାଯାଇ ନଷ୍ଟ କରାଯାଇଛି . କେଶ ନମ୍ବର ୩୨ / ୨୨ ଏବଂ ୨୩ ରେ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି ଅବକାରୀ ବିଭାଗ ।

Leave A Reply

Your email address will not be published.