ଯାଜପୁର ଗୁଡ଼ିନାଗଡା ଜଙ୍ଗଲ ରେ ଭାଲୁ ଆତଙ୍କ ||

0 81

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ତୁହା ପଂଚାୟତ ଗୁଡ଼ିନାଗଡା ଜଙ୍ଗଲ ରେ ଭାଲୁ ଆତଙ୍କ | ଢେଙ୍କାନାଳ ଜିଲ୍ଲା ନବୁନ୍ତା ଜଙ୍ଗଲ ରୁ ଖାଦ୍ୟ ଖୋଜି ଖୋଜି ଆଜି ବଡ଼ଚଣା ବ୍ଲକ ଅନ୍ତର୍ଗତ ତୁହା ପଂଚାୟତ ର ଗୁଡ଼ିନାଗଡା ଜଙ୍ଗଲ ରେ ପ୍ରବେଶ କରିଛି ଏକ ଭାଲୁ | ଚଣ୍ଡିଖୋଲ ବନବିଭାଗ ର ଅଧିକାରୀ ସମସ୍ତ ବନ ବିଭାଗ କର୍ମଚାରୀ ଙ୍କ ସହିତ ଗୁଡ଼ିନାଗଡା ଜଙ୍ଗଲ ରେ ଘେରି ରହିଥିବା ବେଳେ ଭାଲୁକୁ ଢେଙ୍କାନାଳ ଜଙ୍ଗଲ କୁ ଘଉଡ଼େଇ ଦେବା ପାଇଁ ଚେଷ୍ଟା ଜାରି ରହିଛି | ଜଙ୍ଗଲ ନିକଟବର୍ତୀ ଗ୍ରାମ ବାସି ଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି |

Leave A Reply

Your email address will not be published.