ସମସ୍ତ ଜଗନ୍ନାଥ ପ୍ରେମୀ ଏବଂ ସାଢେ ଚାରିକୋଟି ଓଡ଼ିଆ ଙ୍କ ଭାବାବେଗ ସହିତ ଖେଳ ଖେଳୁଛନ୍ତି ପିକୁ ପଟ୍ଟନାୟକ ||

0 63

ସୁପ୍ରିମ କୋର୍ଟ ଙ୍କ ଜରିମାନା ନିର୍ଦେଶ ପରେ ଚାଲିଛି ଏକେ ନାଟକ | ନିଜର ପ୍ରଚାର ପାଇଁ କିଏ ଚାନ୍ଦା ମାଗିଲେଣି ତ ଆଉ କିଏ ବଡ ଦାଣ୍ଡ ରେ ବସି ଜୋତା ପଲିସ କରିଲେଣି | ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ କୁ ଏମାନେ ଥଟ୍ଟା କରିଲା ଭଳି ମନେ ହେଉଛି , ଏହି ଘଟଣା ସବୁ ମହଲା ରେ ନିନ୍ଦା କର ଯାଉଛି | ଏହା ଦେଖି ମନ ହୁଏ କି ଏହା ଏକ ପ୍ରାୟୋଜିତ ହୀନ ରାଜନୀତି | ଯଦି ଜରିମାନା ଭରଣା କରିବା ପାଇଁ ଅର୍ଥ ନାହିଁ ସୁପ୍ରିମ କୋର୍ଟ ଯାଇଥିଲେ କଣ ପାଇଁ ? ଶସ୍ତା ରେ ଲୋକପ୍ରିୟତା ହାତେଇବା ପାଇଁ ଏହା ଏକ ନାଟକ ନୁହେ ତ ? ପୁରୀର ବରିଷ୍ଠ ଆଇନୀଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଜୋରିମାନା ଭରିବା ପାଇଁ ଏ ଯେଉଁ ଜୋତା ସଫେଇ କାର୍ଯ୍ୟ କରିଛନ୍ତି ।ତାହା ଉପରେ ଅନେକ ପ୍ରଶ୍ନ ଉଠୁଛି । ଚାହିଁଥିଲେ ନିଜ ଆୟରୁ କିଛି ଟଙ୍କା ଭରିପାରିଥାନ୍ତେ ହେଲେ ଜୋତା ସଫେଇ କରି କେବଳ ନିଜ ପ୍ରଚାର କରିବା ଏହା ପଛର ଉଦ୍ଦେଶ୍ୟକି ? ସୁପ୍ରିମକୋଟଙ୍କ ନିର୍ଦେଶ କଣ ଭୁଲ କି ? ଯଦି ଭୁଲ ତାହେଲେ ସୁପ୍ରିମକୋଟଙ୍କ ଉପର ବେଞ୍ଚରେ ଚାଲେଞ୍ଜ କରିବାକୁ ତ ମନା କରାଯାଇନାହିଁ । ତାକୁ ଚ୍ୟାଲେଞ୍ଜ ନକରି କାହିଁକି ଏ ତୁଚ୍ଛା ରାଜନୀତି ?ଜୋତା ପଲିସ କରି କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ? ଆଇନି କାନୁନ ତର୍ଜମା ନକରି କାହିଁକି ସୁପ୍ରିମକୋଟ ଯାଇଥିଲେ ? ଯଦି ଯାଇଥିଲେ ଏବେ ଏ ନାଟକ କଣ ପାଇଁ ?ପ୍ରିୟଦର୍ଶନ ପଟନାୟକ ପୁରୀ କଚେରୀଛକରେ ଅଭିନବ ଉପାୟରେ ଜୋତା ପଲିସ କରି ଟଙ୍କାଏ ଟଙ୍କାଏ ଆଦାୟ କରୁଛନ୍ତି । କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଯଦି ଜୋରିମାନା ପାଇଁ ସକ୍ଷମ ନୁହେଁ ତେବେ ସୁପ୍ରିମକୋଟ ଯାଉଥିଲେ କାହିଁକି ?

Leave A Reply

Your email address will not be published.