ଔଷଧ ଖାଇ ସୁସ୍ଥ ହେଲେ ୧୮ କ୍ୟାନ୍ସର ରୋଗୀ ||

0 74

ବିଶ୍ୱାସ ନ ହେଲେ ବି କଥାଟି ସତ ନ୍ୟୁୟର୍କ ର ମେମୋରିଆଲ ଶ୍ଲୋଆନ କେଟେରିଙ୍ଗ କ୍ୟାନ୍ସର ସେଣ୍ଟର ର ଡାକ୍ତର ଲୁଇସ ଏ ଡ଼ିଆଜ ଜେ କହିଛନ୍ତି ଔଷଧ ଦ୍ୱାରା ରେକଟଲ କ୍ୟାନ୍ସର ଭଳି ମାରାତ୍ମକ ରୋଗ ର ଚିକତ୍ସା କରାଯାଇଛି | ଏହି ଔଷଧ ରେ ଟ୍ରାଏଲ ରେ ସାମିଲ ଥିବା ସମସ୍ତ ୧୮ ଜଣ କ୍ୟାନ୍ସର ରୁ ମୁକ୍ତି ପାଇଥିବା କଥା ଜଣ ପଡିଛି | ପ୍ରାଥମିକ ଭାବେ ଏକ ଛୋଟିଆ ଟ୍ରାଏଲ କରାଯାଇଥିଲା | ଏଥିରେ ୧୮ ଜଣ ରୋଗୀଙ୍କୁ ଚିହ୍ନଟ କରି ଟ୍ରାଏଲ ନିଆଯାଇଥିଲା | ସେହି ୧୮ ଜଣ ରୋଗୀ ଙ୍କୁ ‘ଡୋଷ୍ଟାରଲିମ୍ୟାବ’ ନାମକ ଏକ ଔଷଧ ପ୍ରାୟ ୬ ମାସ ଧରି ଦିଆଯାଇଥିଲା |ସେହି ୧୮ ଜଣ ରୋଗୀ ଔଷଧ ନେବାର ୬ ମାସ ମଧ୍ୟରେ ସମ୍ପୂର୍ଣ ସୁସ୍ଥ ହୋଇଯାଇଥିବା ଦେଖା ଯାଇଛି | ୬ ମାସ ପରେ ସମସ୍ତ ରୋଗୀଙ୍କ ଏଣ୍ଡୋସ୍କୋପି, ପିଇଟି ସ୍କାନ ଓ ଏମଆଇଆର ସ୍କାନ କରାଯାଇଥିଲା । କିନ୍ତୁ କୌଣସି ପରୀକ୍ଷାରୁ ରୋଗୀଙ୍କ ଶରୀରରୁ କର୍କଟ ରୋଗର ଚିହ୍ନବର୍ଣ୍ଣ ମିଳି ନାହିଁ ।ମଣିଷ ଶରୀରରେ ବିକଳ୍ପ ଆଂଟିବଡି ଭାବେ କାମ କରୁଥିବା ଗବେଷଣାଗାର ପ୍ରସ୍ତୁତ ଏକ ମୋଲିକ୍ୟୁଲ୍ ଏହି ଔଷଧରେ ରହିଛି ।

Leave A Reply

Your email address will not be published.