ରାଷ୍ଟ୍ରପତି ନିର୍ବାଚନ ରେ କିଙ୍ଗ ମେକର ହେବ କି ବିଜେଡି ?

0 65

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।୨୦୧୭ରେ ନବୀନ କିନ୍ତୁ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଦେଖାଇନଥିଲେ । ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ମର୍ଥନ କରିଥିଲେ ।କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମ ଦୂରତା ରଖୁଥିବା ବିଜେଡିର କେନ୍ଦ୍ର ବିରୋଧୀ ରଣନୀତି ୨୦୧୭ଠାରୁ ପରିବର୍ତ୍ତନ ହୋଇଛି ।ତେଣୁ ଏଥରକ ରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ନିଷ୍ପତ୍ତି ଉପରେ ସାରାଦେଶର ନଜର ରହିଛି । ରାଷ୍ଟ୍ରପତି ନିର୍ବାଚନ ରେ ବିଜେଡି ର ଭୂମିକା ଅତି ଗୁରୁତ୍ୱପୂର୍ଣ ବୋଲି ଚର୍ଚ୍ଚା ହେଉଛି ।
କାହିଁକି ଗୁରୁତ୍ୱପୂର୍ଣ୍ଣ ବିଜେଡି ସମର୍ଥନ ?

– ବିଜେଡିର ଅଛନ୍ତି ୧୧୩ ବିଧାୟକ ଓ ୨୧ ସାଂସଦ
– ଓଡିଶାର ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ- ୭୦୮
– ବିଜେଡିର ୨୧ ସାଂସଦଙ୍କ ମୂଲ୍ୟ- ୧୪ ହଜାର ୮୬୮
– ଓଡିଶାର ଜଣେ ବିଧାୟକଙ୍କ ଭୋଟ୍ ମୂଲ୍ୟ- ୧୪୯
– ୧୧୩ ବିଧାୟକଙ୍କ ମୋଟ୍ ଭୋଟ୍- ୧୬ ହଜାର ୮୩୭
– ଉଭୟ ଭୋଟ୍ ମିଶିଲେ ୩୧ ହଜାର ୭୦୫ ଭୋଟ୍
– ଯାହା ରାଷ୍ଟ୍ରପତି ନିର୍ବାଚନ ପାଇଁ କଲେଜିୟମର ୨.୮୮%

Leave A Reply

Your email address will not be published.