ଚାଲିଛିଦଲାଲ ରାଜ। ଚଢ଼ା ଦରରେ ବିକ୍ରୀ ଚାଳିଛି ରେଲୱେ ସଂରକ୍ଷିତ ଟିକେଟ ।

0 67

କଣ୍ଟାବାଞ୍ଜି,୧୧/୦୬, : କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଭିତରେ ଥିବା ସଂରକ୍ଷିତ ଟିକେଟ କାଉଣ୍ଟର ରେ ବାରମ୍ବାର ଟିକେଟ ବିକ୍ରି ରେ ଅନିୟମିତତା ଅଭିଯୋଗ ଆସୁଛି । ଅନେକ ସମୟରେ ଲୋକେ ନିଜେ ଯାଇ ଟିକେଟ କରିବା ପାଇଁ ଚେଷ୍ଟାକଲେ ମଧ୍ୟ ଟିକେଟ ମିଳି ପାରୁ ନାହିଁ କିନ୍ତୁ ଯଦି ଦଲାଲ ଧରିକି ଟିକେଟ କରିବା ପାଇଁ ଯିବେ ତା ହେଲେ ଯେ କୌଣସି ମୁହୂର୍ତ୍ତରେ ଟିକେଟ ମିଲିଯାଉଥିବା ଅଭିଯୋଗ ରହିଛି । ଏଥିରେ ଅନେକ ରେଳ ବିଭାଗର କର୍ମଚାରୀ ମାନଙ୍କ ସଂପୃକ୍ତି ରହିଥିବା ଅନୁମାନ କରାଯାଉଛି ।ଜଣେ ସାଧାରଣ ଲୋକ ଯଦି ଟିକେଟ କରିବା ପାଇଁ ଯିବ ତା ହେଲେ ତାଙ୍କୁ ଫର୍ମରେ ଟିକେ ମଧ୍ୟ ଭୁଲ ଥିଲେ ଫେରାଇ ଦିଆ ଯାଉଛି କିନ୍ତୁ ଜଣେ ଦଲାଲ କେବଳ ସାଧା କାଗଜରେ ନାମ ଏବଂ ଫୋନ୍ ନମ୍ୱର ଲେଖିକି ଦେଇଦେଲେ ସେ ଘରେ ବସି ରହିକି ତାହାର ଟିକେଟ ସବୁ ତିଆରି କରି ଦିଆଯାଉଥିବା ଅନେକ ସମୟରେ ଅଭିଯୋଗ ରହିଛି । ଶୁଣିବାକୁ ମିଳିଛି ଯେ ଦଲାଲ ମାନେ ଟିକେଟ ପିଛା ଅଧିକ ୨୦ ରୁ ୪୦ ଟଙ୍କା ଲେଖାଏଁ ଟିକେଟ କାଉଣ୍ଟର ରେ ଥିବା ରେଳବାଇ କର୍ମଚାରିଙ୍କୁ କମିଶନ ଦେଉଛନ୍ତି । ଟିକେଟ ତିଆରିରେ ଚାଲିଥିବା ଦଲାଲରାଜ ଯୋଗୁ ଜନ ସାଧାରଣ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅତି ଜରୁରୀ କାମ ରେ ଯିବାକୁ ହେଲେ ଟିକେଟ କରିବା ପାଇଁ ଦଲାଲଙ୍କ ସାହାଯ୍ୟ ନେବାକୁ ପଡୁଛି ।ଯାହାର ଫାଇଦା ନେଇ ଦଲାଲ ମାନେ ମନ ଇଚ୍ଛା ଏବଂ ଚଢ଼ା ଦରରେ ଟିକେଟ ବିକ୍ରି କରୁଛନ୍ତି। ଗୋଟିଏ ଟିକେଟ ରେ ୧୫୦ ରୁ ୨୦୦ ଟଙ୍କା ଅଧିକ ଯୋଡ଼ି ବିକ୍ରି କରାଯାଉଛି । ଯାହାର ବୋଝ ନିରୀହ ଜନସାଧରଣଙ୍କ ଉପରେ ପଡୁଛି । ଏସବୁ ଜିନିଷ ରେଳବାଇ ପୋଲିସ ଏବଂ ଜି ଆର୍ ପି ଜାଣି ଶୁଣି କଣ୍ ପାଇଁ ଚୁପ୍ ରହୁଛନ୍ତି ବୋଲି ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ଜାଗାରେ ଅଭିଯୋଗ ରହିଛି ଯେ ଦଲାଲ ମାନେ ସଂପୃକ୍ତ ରେଲବିଭାଗ କର୍ମଚାରି ମାନଙ୍କୁ ମୋଟା ଅଙ୍କର ଟଙ୍କା କମିଶନ ଦେଉଛନ୍ତି ।ସେଥି ପାଇଁ ରେଳବାଇ ପକ୍ଷରୁ ସେମାନଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅନେକ ଥର କେବଳ ଲୋକ ଦେଖାନିଆ ପାଇଁ ରେଳ ବିଭାଗ ଭିଜିଲାନ୍ସ ଚଢ଼ାଉ କରୁଛି କିନ୍ତୁ ଚଢ଼ାଉ କରୁଥିବା ଅଫିସର ସେହି ବିଭାଗରୁ ହିଁ ଆସୁଛନ୍ତି ତେଣୁ ସେମାନେ ନିଜ ନିଜ ଭିତରେ ସଲାସୁତୁରା କରି ସେଟିଂ କରି ଦେଉଥିବାରୁ କରାଯାଉଥିବା ଅନିୟମିତତା ଲୁଚିଯାଉଛି। ଅନେକ ସମୟରେ ଏହାର ଅଭିଯୋଗ ଉପର କର୍ତ୍ତୃପକ୍ଷ ଙ୍କୁ ମଧ୍ୟ କରାଯାଇଛି କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

Leave A Reply

Your email address will not be published.