ନିଳାଗୁଡାରେ ଅବକାରୀ ଚଢାଉ ||

0 77

ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ନିକଟ ଜଙ୍ଗଲରେ ଏପିଆର ଫୋର୍ସ କୋରାପୁଟ, ଜୟପୁର ଓ ବୈପାରିଗୁଡା ଅବକାରୀ ବିଭାଗ ମିଳିତ ଚଢାଉ କରିଛି । ମଦ ଓ ପୋଚ ମାଫିଆ ମାନେ ଲୁଚାଇ ରଖିଥିବା ସଚଚନା ପାଇ ଚଢାଉ କରାଯାଇଥିଲା । ମଦ ଭାଟି ଭାଙ୍ଗିବା ସହ ୪ ହଜାର ୬ ଶହ ଲିଟର ପୋଚ ଓ ୨୫୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଘଟଣା ସ୍ଥଳରୁ ମଦ ରନ୍ଧା ସରଞ୍ଜାମ, ପ୍ଲାଷ୍ଟିକ ଡ୍ରମ ଜବତ ହୋଇଛି । ଏହି ଚଢାଉରେ ଅବକାରୀ ନିରୀକ୍ଷକ ଦୁବାଦଳ ବିଶ୍ୱାଳ, ଓଆଇସି ସଞ୍ଜୟ କୁମାର ତାଣ୍ଡି, ଏଏସଆଇ ଏମ. ଲକ୍ଷ୍ଣଣ ରାଓ, ମାଧବେଶ ମାରାଣ୍ଡି ଚଢାଉ କରିଥିବା ଜଣାଯାଇଛି ।

Leave A Reply

Your email address will not be published.