ଟ୍ରାକ୍ଟର ସହ ବାଇକ ଧକ୍କା, ବାଇକ ଚାଳକ ମୃତ।

0 69

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମ ନିକଟରେ ଟ୍ରାକ୍ଟର ସହ ବାଇକ ଧକ୍କା ଫଳରେ
ଘଟଣା ସ୍ଥଳରେ ବାଇକ ଅରୋହି ମୃତ୍ୟୁ ଘଟିଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଇକ ଅରୋହି ଜଣକ ଆନ୍ଧ୍ର ପ୍ରଦେଶ
ଶ୍ରୀକାକୁଲମ ଜିଲ୍ଲା ମେଳିଆପୁଟି ଥାନା ଅନ୍ତର୍ଗତ ଶ୍ରୀୟାଖଣ୍ଡି ଗ୍ରାମର କେ. ପ୍ରସାଦ(୩୦) ବୋଲି ଜଣାପଡିଛି । ମୃତ ବ୍ୟକ୍ତି
ଜଣକ ଏପି୩୦ଏଏମ୍୫୪୬୩ ନମ୍ବର ବାଇକ ରେ ଶ୍ରୀୟାଖଣ୍ଡି ଠାରୁ ପାରଳାଖେମୁଣ୍ଡି ଦେଇ ଉପଲଡା ନିଜ ଶାଶୁ ଘରକୁ ଯାଇଥିଲେ ।
ହେଲେ ଫେରିବା ସମୟରେ ଏକ ଟ୍ରାକ୍ଟର (ଓଡି୨୦୬୬୩୮ )ସହ ଧକ୍କା ହୋଇଥିବା ଯୋଗୁଁ ଘଟଣା ସ୍ଥଳରେ ବ୍ୟକ୍ତି ଜଣକ ମୃତ୍ୟ ଘଟିଛି
। ଘଟଣା ସ୍ଥଳରେ ଗୁରାଣ୍ଡି ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନା ପଠାଇ ଦିଆଯାଇଥିବା
ସୂଚନା ଦେଇଛନ୍ତି ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର । ଏ ନେଇ ଗୁରାଣ୍ଡି ଥାନା ରେ ୪୫/୨୨ ଏକ କେସ ରୁଜୁ ହୋଇଛି।

Leave A Reply

Your email address will not be published.