ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି

0 69

ଧର୍ମଶାଳା : ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଏଭଳି ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ଝାଲପଡା ପଂଚାୟତ ଝାଲପଡା ଗ୍ରାମରେ । ଗ୍ରାମର ସୁବାଷ ମଲ୍ଲିକଙ୍କ ଘରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ରୋଷେଇ ଚାଲିଥିବା ସମୟରେ ଅସାବଧାନତା କାରଣରୁ ଘରେ ନିଆଁ ଲାଗି ଯାଇଥିଲା । ଗ୍ରାମବାସୀଙ୍କ ପକ୍ଷରୁ ନିଆଁ ଲିଭାଇବା ସମ୍ଭବପର ହୋଇ ନ ଥିଲା । ଶେଷରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପଂହଚି ନିଆଁକୁ ଆୟତ କରିଥିଲେ ସୁଦ୍ଧା ସେତେବେଳକୁ ଘରର ସମସ୍ତ ଆସବାସପତ୍ର ପୋଡି ପାଉଁଶ ହୋଇଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଘଟଣାସ୍ଥଳରେ କାକୁଡିକୁଦ ସର୍କଲ ରାଜସ୍ଵ ନୀରିକ୍ଷକ ପଂହଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ସ୍ଥାନୀୟ ସରପଂଚ ଓ ଗ୍ରାମବାସୀ ତୁରନ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.