ସ୍ନାନପୂର୍ଣ୍ଣମୀ ପାଇଁ ଶ୍ରୀଜୀଉଙ୍କୁ ସେନାପଟା ଲାଗି, ଦଇତାପତିଙ୍କ ଗୁପ୍ତସେବା

0 69

ପୁରୀ: ମଙ୍ଗଳବାର ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା । ସ୍ନାନମଣ୍ଡପକୁ ପହଣ୍ଡି ହୋଇ ବିଜେ କରିବେ ଶ୍ରୀଜୀଉ । ଯାତ୍ରା ସମୟରେ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଆଜି ଦଇତାପତି ସେବାୟତଙ୍କ ଦ୍ଵାରା ଶ୍ରୀଜୀଉମାନଙ୍କୁ ସେନାପଟା ଲାଗି କରାଯାଇଛି । ଶ୍ରୀଜୀଉଙ୍କ ଏହି ଗୁପ୍ତ ସେବା ପାଇଁ ଜୟ ବିଜୟ ଦ୍ଵାର ବନ୍ଦ ରହିଥିବାରୁ ଭକ୍ତ ଦର୍ଶନ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡିଛି । ଆସନ୍ତା କାଲି ସ୍ନାନବେଦିରେ ଶ୍ରୀଜୀଉ ମାନଙ୍କୁ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରାଯିବ । ପରେ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ ।

Leave A Reply

Your email address will not be published.