ସ୍ନାନପୂର୍ଣ୍ଣିମା ଓ ପହିଲି ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

The Chief Minister of Odisha, Shri Naveen Patnaik calling on the Prime Minister, Shri Narendra Modi, in New Delhi on October 06, 2014.
0 77

ଭୁବନେଶ୍ୱର: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଦିବ୍ୟ ଅନୁଭବ ପ୍ରଦାନ
କରୁଛି । ଏହା ସହିତ ରାଜ୍ୟବାସୀଙ୍କୁ ସ୍ନାନପୂର୍ଣ୍ଣିମା ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦର୍ଶନ କରିବାକୁ ପୁରୀ ବଡ଼ଦାଣ୍ଡରେ ଲାଗିଛି ଜନସମୁଦ୍ର । ସଭିଏଁ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ସ୍ନାନନୀତିକୁ ଦର୍ଶନ କରୁଛନ୍ତି । ଭୋର
୪ଟାରୁ ଜାରି ରହିଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତିକାନ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦୀର୍ଘ ୨ ବର୍ଷ କୋଭିଡ୍ କଟକଣା ପରେ ଆଜି ଭକ୍ତଙ୍କ ମେଳରେ ଚାଲିଛି ସ୍ନାନଯାତ୍ରା । କରୋନା ପାଇଁ ଗତ ଦୁଇବର୍ଷ ସ୍ନାନ ଯାତ୍ରାରୁ ବଞ୍ଚିତ ହୋଇଥିଲେ ଭକ୍ତ । ଚଳିତବର୍ଷ ସଂକ୍ରମଣ ହ୍ରାସ ପାଇଥିବାରୁ ଭକ୍ତଙ୍କୁ ସ୍ନାନ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଛି । ଅନ୍ୟପକ୍ଷାରେ ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି, ରଜ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ । ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରି ଦେଉ । ରାଜ୍ୟବାସୀଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିନ୍ତି ।

Leave A Reply

Your email address will not be published.