ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ନମ୍ବର ୱାନ

0 64

ଭୁବନେଶ୍ୱର, ୧୫ା୬(ଡିକେ ନ୍ୟୁଜ): ଦେଶର ଏକାଧିକ ବୃହତ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ପ୍ରଦାନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ହାସଲ କରିଛି । ଓଡ଼ିଶା ପଛକୁ ଏହି ପୁଲରେ ୟୁପି, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ଭଳି ରାଜ୍ୟ ରହିଛନ୍ତି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଜାତୀୟ ଇ-ଗଭର୍ଣ୍ଣାସ ସେବା ପ୍ରଦାନ ନିରୀକ୍ଷଣ-୨୦୨୧ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ବିଶେଷ କରି ସଚିବାଳୟ କର୍ମଚାରୀମାନଙ୍କ ସୁବିଧା ପାଇଁ ଓସ୍‌ୱାସ ପଦ୍ଧତି ବ୍ୟବହାର କରାଯାଉଛି । ବିଭିନ୍ନ ବିଭାଗର ସ୍ୱତନ୍ତ୍ର ଆପ୍ ରହିଛି । ସାଧାରଣ ଜନତା କିମ୍ବା କୌଣସି ହିତାଧିକାରୀଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡିବାକୁ ପଡୁନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ୫-ଟି ଉପକ୍ରମ ଏବଂ ମୋ ସରକାର ଅଧିନରେ ଥାନା, ବ୍ଲକ, ତହସିଲ ଆଦିରେ କର୍ମଚାରୀଙ୍କ ବ୍ୟବହାର, ଦକ୍ଷତା ସାଧାରଣ ଜନତା ମାପୁଛନ୍ତି । ହିତାଧିକାରୀଙ୍କ ଫିଡ୍‌ବ୍ୟାକ୍ ତଥା ମତାମତ ଉପରେ ହିଁ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ନିର୍ଭର କରୁଛି । କେବଳ ୱେବସାଇଟ୍ ଗଠନ ନୁହେଁ, ଏହାର ସୁରକ୍ଷାକୁ ମଧ୍ୟ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି । ସହଜରେ ପାଇବା (ଆକ୍ସେସିବିଲିଟି), ବିଷୟ ଉପଲବ୍ଧିତା(କଣ୍ଟେଣ୍ଟ ଆଭେଲେବଲିଟି), ବ୍ୟବହାରରେ ସୁଲଭତା (ଇଜ୍ ଅଫ୍ ୟୁଜ୍‌)ଏବଂ ଗୋପନୀୟତା (ସିକ୍ୟୁରିଟି/ସିକ୍ରେସି) । ଏହି ଚାରୋଟି ମାପଦଣ୍ଡରେ ଭାରତ ସରକାର ଓ ନାସକମ୍ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଦକ୍ଷତା ମାପିଥାନ୍ତି । ୨୦୨୧ ବର୍ଷର ରିପୋର୍ଟରେ ଓଡ଼ିଶା ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ୯୮ ପ୍ରତିଶତ ସହ ନମ୍ବର ଓଡ଼ିଶା ନିଜ ପୁଲରେ ନମ୍ବର ୱାନ ହୋଇଛି । ଓଡ଼ିଶା ପଛରେ ଉତ୍ତରପ୍ରଦେଶ ୮୬ ପ୍ରତିଶତରେ ୨ ନମ୍ବର ସ୍ଥାନରେ ରହିଛି । ଓଡ଼ିଶା ସରକାରଙ୍କ ଇ-ଗଭର୍ଣ୍ଣାନ୍ସ ମଡ଼୍ୟୁଲକୁ ବ୍ୟବହାର କରିବା ଶତ ପ୍ରତିଶତ ସହଜ ହୋଇଥିବା ବେଳେ ଅନ୍ୟ ରାଜ୍ୟର ମଡ଼୍ୟୁଲ ୫୦ ପ୍ରତିଶତରୁ କମ୍ ରହିଛି । ଜନସେବା ଅଧିକାର ଆଇନ ଲାଗୁ କରି ବିଭିନ୍ନ ସେବା ଯୋଗାଇବାର ନିର୍ଦ୍ଦିଷ୍ଟ ସମୟ ସୀମା ରଖାଯାଇଛି ।

Leave A Reply

Your email address will not be published.