ରଶ୍ମିରେଖା ଆତ୍ମହତ୍ୟା ମାମଲା, ଦୁଇ ବନ୍ଧୁଙ୍କୁ ପୋଲିସ ର ଜେରା

0 77

ଭୁବନେଶ୍ୱର ୨୬/୬ (ଡିକେ ନ୍ୟୁଜ) : ବହୁ ଚର୍ଚ୍ଚିତ ରଶ୍ମିରେଖା ଆତ୍ମହତ୍ୟା ମାମଲା । ଏନେଇ ତାଙ୍କ ଦୁଇଜଣ ପୁରୁଷ ବନ୍ଧୁଙ୍କୁ ମୁହାଁ ମୁହିଁ ଜେରା କରୁଛି ନୟାପଲ୍ଲୀ ଥାନା ପୋଲିସ । ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇବ ବୋଲି ଆଶା କରିଛି ପୋଲିସ । ପୋଲିସ ର କହିବା ଅନୁସାରେ ମୁହାଁ ମୁହିଁ ଜେରା କରିବା ଦ୍ୱାର ଆତ୍ମ ହତ୍ୟାର କାରଣ ସ୍ପଷ୍ଟ ହେବ । ସୂଚନା ଅନୁସାରେ ଗତ ୧୯ ତାରିଖରେ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ହୋଇଥିଲା । ତେବେ ସେ ଭଡାରେ ରହୁଥିବା ଘର ବିତରୁ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଖୋଳତାଡ କରିବାରେ ଲାଗିଛି ପୋଲିସ । ଏନେଇ ରଶ୍ମିରେଖାଙ୍କ ଦୁଇ ପୁରୁଷ ବନ୍ଧୁ ସନ୍ତୋଷ ଏବଂ ରାଜାଙ୍କୁ ମୁହାଁମୁହିଁ ଜେରା କରୁଛି ପୋଲିସ । ଏହି ଜେରା କରିବା ଦ୍ୱାରା ପୋଲିକ କୁ କିଛି ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମିଳିପାରି ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.