ଇମ୍ରାନ ଖାନ ଙ୍କୁ ଅଦାଲତ ରୁ ମିଳିଲା ଆସ୍ୱସ୍ଥି, ୧୫ ମାମଲା ରେ ମିଳିଲା ଅନ୍ତରୀଣ ଜାମିନ ॥

0 53

ଇସଲାମାବାଦ:ପଦବୀ ରୁ ଯିବା ପରେ ସବୁ ମକଦ୍ଦମା ର ସାମ୍ନା କରୁଛନ୍ତି ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ୧୫ ମାମଲା ରେ ୬ ଜୁଲାଇ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି । ତାଙ୍କୁ ସତାରୁ ହଟାଇବା ପରେ ତାଙ୍କ ସମର୍ଥକ ମାନେ ସାରା ଦେଶ ରେ ବିରୋଧ ପ୍ରଦର୍ଶନ କରିଥିଲେ । ଘଟି ଥିବା ସବୁ ଦଙ୍ଗାରେ ତାଙ୍କ ହାତ ଥିବା ବା ସେ ଦଙ୍ଗା କରିବା ପାଇଁ ଉସୁକାଇଥିବା ଅଭିଯୋଗ ରେ ବିଭିନ୍ନ ଥାନା ରେ ତାଙ୍କ ନାମ ରେ ମାମଲା ରୁଜୁ ହୋଇଥିଲା । କୋର୍ଟ ରେ ଶୁଣାଣି ସମୟ ରେ ଇମ୍ରାନ ଖାନ ତାଙ୍କ ଓକିଲ ବାବର ଆଵାନ ଙ୍କ ସହିତ ହାଜ଼ର ହୋଇଥିଲେ । ଅଦାଲତ ତାଙ୍କୁ ଜାମିନ ଦେବା ସହିତ ସ୍ଥାନୀୟ ପୋଲିସ କୁ ତାଙ୍କୁ ଗିରଫ ନ କରିବାକୁ ଆଦେଶ ଦେଲେ ।ଏହାର ଶୁଣାଣି ୬ ଜୁଲାଇ କୁ ହେବ ।

Leave A Reply

Your email address will not be published.