ଆକାଶ ଅମ୍ବାନୀ ହେଲେ ରିଲାଏନ୍ସ ଜିଓ ଅଧ୍ୟକ୍ଷ

0 71

ନୂଆଦିଲ୍ଲୀ ୨୮ ।୬: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଇନମ୍ଫୋଟେକ୍ ଲିମିଟେଡ୍‌ର ମ୍ୟାନେଜମେଣ୍ଟରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି । ବୈଠକରେ ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଜୁନ ୨୭ରେ ବସିଥିଲା । ଆଉ ଏହି ଦିନ ମୁକେଶ ଅମ୍ବାନୀ ଜିଓ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି । ରିଲାଏନ୍ସ ଜିଓ ମାର୍କେଟ୍‌ ରେଗୁଲଟରୀ ସେବିକୁ ଏହାର ସୂଚନା ଦେଇଛି । ପଙ୍କଜ ମୋହନ ପାୱାରଙ୍କୁ ପରିଚାଳକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଜୁନ ୨୭ରୁ ସେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗାମୀ ପାଞ୍ଚ ବର୍ଷ ଯାଏଁ ପଙ୍କଜ ଏହି ପଦରେ କାର୍ଯ୍ୟ କରିବେ । ଏଥିସହ ରାମିନ୍ଦର ସିଂହ ଗୁଜରାଲ ଏବଂ କେଭି ଚୌଧୁରୀଙ୍କୁ ରିଲାଏନ୍ସ ଜିଓ କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ସେବିକୁ ଦିଆଯାଇଥିବା ସୂଚନା ଅନୁଯାୟୀ, କମ୍ପାନୀର ନିର୍ଦ୍ଦେଶକ ଭାବେ ମୁକେଶ ଅମ୍ବାନୀ ଜୁନ ୨୭ରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସର ଚେୟାରମ୍ୟାନ ଭାବେ ଆକାଶ ଏମ ଅମ୍ବାନୀଙ୍କୁ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି । ଉଲ୍ଲେଖନୀୟ ରିଲାଏନ୍ସ ଜିଓ ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ । ଜିଓ ପ୍ଲାଟଫର୍ମ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ୍‌ର ପୂର୍ଣ୍ଣ ମାଲିକାନାରେ ଥିବା କମ୍ପାନୀ । ୨୦୧୯ରେ ଜିଓର ଲଞ୍ଚ ହୋଇଥିଲା । ବିଏସଇରେ ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ସେୟାର ୨୫୨୯.୦୦ ଟଙ୍କାରେ ବନ୍ଦ ହୋଇଛି । ଏନଏସଇରେ ଏହାର ସେୟାର ୧.୫୦ ପ୍ରତିଶତ ବୃଦ୍ଧି ସହ ସେୟାର ପିଛା ୨୫୩୦ ଟଙ୍କା ମୂଲ୍ୟରେ ବନ୍ଦ ହୋଇଛି ।

Leave A Reply

Your email address will not be published.