ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ

0 89

ନୂଆଦିଲ୍ଲୀ,୨୯/୬: କ୍ରିକେଟ୍‌ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଭାରତୀୟ ଟିମ୍ ପାଇଁ ଆସନ୍ତା ୫ରୁ ୬ ମାସ ମ୍ୟାଚରେ ଭରପୁର ରହିବ । କିଛି ଦିନ ପରେ ଦଳ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଖେଳିବା ଆରମ୍ଭ କରିଦେବ । ଏହାପରେ ଏସିଆ କପ୍ ଓ ଟି୨୦ ବିଶ୍ୱକପ୍ ରହିଛି । ତେବେ ଏତିକିରେ ଟୁର୍ଣ୍ଣାମେଣ୍ଟ୍‌ ଅଟକିବ ନାହିଁ । ଭାରତ ଟି୨୦ ବିଶ୍ୱକପ୍ ପରେ ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହାର ଖେଳସୂଚୀ ମଧ୍ୟ ଜାରି କରାଯାଇଛି । ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ, ତିନି ଟି୨୦ ଖେଳିବ । ଏହା ନଭେମ୍ବର ୧୮ରୁ ଆରମ୍ଭ ହୋଇ ନଭେମ୍ବର ୩୦ ଯାଏଁ ଚାଲିବ । କାରଣ ଟି୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଖେଳାଯିବ ଓ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆଠୁ ବେଶି ଦୂର ନୁହେଁ । ଏହାଦ୍‌ୱାରା ଦଳ ପୁରା ମିଶନ୍ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବ । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପ୍‌ ଅକ୍ଟୋବର ୧୬ରୁ ଆରମ୍ଭ ହେବ । ଫାଇନାଲ ମୁକାବିଲା ନଭେମ୍ବର ୧୩ରେ ଖେଳାଯିବ । ଯଦି ଭାରତ ଫାଇନାଲରେ ପ୍ରବେଶ କରେ ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଦଳକୁ ୫ ଦିନ ସମୟ ମିଳିବ ।

Leave A Reply

Your email address will not be published.