ସକ୍ରିୟ ମାମଲା ଲକ୍ଷେ ମୁହାଁ

0 52

ନୂଆଦିଲ୍ଲୀ, ୨୯/୬: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି । ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି । ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢ଼ୁଥିବାରୁ ପୁଣି ସ୍ଥିତି ଅଣାୟତ ହେବା ଆଶଙ୍କା ଦେଖାଦେଇଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ହଜାର ୭୯୩ରେ ପହଞ୍ôଚଛି । ସେହିଭଳି ଗତ ୨୪ ଘଣ୍ଟାରେ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ôଚଛି । ଏହି ସମୟରେ ସକ୍ରିୟ ମାମଲା ପୁଣି ୯୬ ହଜାର ଟପିଛି । ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ଲକ୍ଷେ ଟପିବାର ଆଶଙ୍କା ରହିଛି । ଗତ ୨୪ ଘଣ୍ଟାରେ ଏହା ୯୬ହଜାର ୭୦୦ରେ ପହଞ୍ôଚଛି । ସେହିପରି ୨୪ ଘଣ୍ଟାରେ ୯,୪୮୬ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ଆରମ୍ଭରୁ ଇତିମଧ୍ୟରେ ମୋଟ ୪କୋଟି ୩୪ ଲକ୍ଷ ୧୮ହଜାର ୪୩୯ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪କୋଟି ୨୭ ଲକ୍ଷ ୯୭ହଜାର ୯୨ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୭କୋଟି ୩୦ଲକ୍ଷରୁ ଅଧିକ ଟପିଛି । ଏଥିପାଇଁ ୯୧କୋଟି ୮୦ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ନେଇଥିବା ବେଳେ ୮୪କୋଟି ୨୦ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସଂକ୍ରମଣ ଲମ୍ବଡିଆଁ ମାରୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସତର୍କ ରହିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.