ଦୁର୍ଘଟଣା ମୁକ୍ତ ହେବ ରଥଯାତ୍ରା

0 68

ପୁରୀ: ଦୁର୍ଘଟଣା ମୁକ୍ତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତିନି ରଥର ସୁରକ୍ଷା ପାଇଁ ତିନୋଟି ଫାୟାର ଫାଇଟିଙ୍ଗ ଟିମ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା । ସମୁଦ୍ର ସ୍ନାନ ବେଳେ ଅଘଟଣ ରୋକିବା ପାଇଁ ୩୯ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ତିନୋଟି ସ୍ୱତନ୍ତ୍ର ଟିମ, ୯୦ ଜଣ ଲାଇଫ ଗାର୍ଡ ଓ ୩୦୦ଜଣ ଘରୋଇ ଲାଇଫ ଗାର୍ଡ ମୁତୟନ ହୋଇଛନ୍ତି ।
ସେହିଭଳି ଅଂଶୁଘାତ ଜନିତ ସୁରକ୍ଷା ପାଇଁ ୧୫ଟି କୁଇକ ରେସ୍ପନ୍ସ ଟିମ ଓ ୮ଟି ୱାଟର ଟ୍ୟାଙ୍କର ମୁତୟନ ହୋଇଛନ୍ତି । ପଞ୍ଚତୀର୍ଥ ପୁଷ୍କରିଣୀରେ ରହିବ ଅତ୍ୟାଧୁନିକ ପାୱାର ବୋଟ ସହ ଉଦ୍ଧାରକାରୀ ସମସ୍ତ ସରଞ୍ଜାମ । ଗତ ଦୁଇବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଅଗ୍ନିଶମ ଗାଡି, ୱାଟର ଟ୍ୟାଙ୍କର, ୱାଟର ସ୍ପ୍ରିଙ୍କଲର ଓ କର୍ମଚାରୀ ନିୟୋଜିତ କରାଯାଇଛି । ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟା ସମାଧାନ ପାଇଁ ୧୦ଟି ଫାୟାର ପମ୍ପ ରହିବ । କୌଣସି ଆପଦକାଳୀନ ପରିସ୍ଥିତି ପାଇଁ ଏକ ସ୍‌ୱତନ୍ତ୍ର ଉଦ୍ଧାରକାରୀ ଦଳ ପୁରୀ ଅଗ୍ନିଶମ କେନ୍ଦ୍ରରେ ୨୪ଘଣ୍ଟିଆ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ |

Leave A Reply

Your email address will not be published.