ପୁଣି ଫେରିଲା କରୋନା କଟକଣା, ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ

0 71

ଭୁବନେଶ୍ୱର, ୩୦ା୬(ଡିକେ ନ୍ୟୁଜ): ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ । ଧୀରେ ଧୀରେ ରାଜ୍ୟରେ ବଢୁଛି ମହାମାରୀ କରୋନା ସଂକ୍ରମଣ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ଶହେ ପାର କରୁଛି । ସଂକ୍ରମଣ ବଢ଼ୁଥିବାରୁ ଭୁବନେଶ୍ୱରରେ ମାସ୍କ ପରିଧାନ ବାଧ୍ୟତାମୂଳକ କରିଛି ବିଏମ୍‌ସି । ସଂକ୍ରମଣ ଦିନକୁ ଦିନକୁ ବଢିବାରୁ କଟକଣା ବଢାଇଛି ଭୁବନେଶ୍ୱର ମହାନଗର ନିଗମ । ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ସହ ଦୁଇମିଟର ସାମାଜିକ ଦୂରତା ରକ୍ଷା କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । କଟକଣା ନ ମାନିଲେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ୧୫୦ ଟପିଲା କରୋନା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୫୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୬୪ ଜଣ ରହିଥିବା ସୂଚନା ଦିଆଯାଇଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷର ମଧ୍ୟରେ ୧୬ଜଣ ସଂକ୍ରମିତ ରହିଛନ୍ତି । ସେହିପରି ଗତ ୨୪ ଘଣ୍ଟାରରେ ରାଜ୍ୟରୁ ଆଉ ୫୫ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲ୍‌ରୁ ୧୭ଜଣ, କଟକରୁ ୧୬ଜଣ, ସୁନ୍ଦରଗଡ଼ରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୯, ବାଲେଶ୍ୱରରୁ ୮, ଜଗତସିଂହପୁରରୁ ୪, ଭଦ୍ରକରୁ ୪, ବରଗଡ଼ରୁ ୩, ସମ୍ବଲପୁରରୁ ୩, ସୋନପୁଚରୁ ୨ ନୟାଗଡ଼ରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ରାୟଗଡ଼ାରୁ ଜଣେ ଲେଖାଏ ପଜିଟିଭ୍ ରହିଥିବା ସୂଚନା ଦିଆଯାଇଛି । ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ହ୍ରାସ ପାଇଥିବାରୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ କରୋନା ସକ୍ରିୟ ଆକ୍ରାନ୍ତ ସଂଖ୍ୟ ୭୨୯ରେ ପହଞ୍ଚିଛି ।

Leave A Reply

Your email address will not be published.